ଜଟଣୀରେ ଚାଞ୍ଚଲ୍ୟ: ନାବାଳିକାକୁ ବଳତ୍କାର ପରେ ହତ୍ୟା

rape

ସୋମବାର ପୂର୍ବାହ୍ନରେ ଜଟଣୀ ଥାନା ଅନ୍ତର୍ଗତ ନିରଞ୍ଜନପୁରରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ପରେ ହତ୍ୟା କରାଯାଇଛି। ଅଭିଯୁକ୍ତ ବଳାତ୍କାର କରିବା ପରେ ଛାତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ବେକରେ ଏକ ଲୁଗାକୁ ବାନ୍ଧି ଛାତ୍ରୀଙ୍କୁ ଆଜବେଷ୍ଟସ ଆଙ୍ଗେଲରେ ଟାଙ୍ଗୀ ଦେଇଛି। ଅଭିଯୋଗ ପାଇ ଜଟଣୀ ଥାନା ପୁଲିସ ପହ୍ନଚି ଛାତ୍ରୀଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି।

ମୃତ ପୀଡ଼ିତାଙ୍କ ମା ଙ୍କ କହିବା ଅନୁସାରେ,ଝିଅ ସ୍କୁଲ ନ ଯାଇ ଘରେ ଏକୁଟିଆ ଥିଲା। ଏହାର ସୁଯୋଗ ନେଇ ତାଙ୍କ ଘର ପାଖରେ ଭଡ଼ାରେ ରହୁଥିବା ଶରଧାପୁର ଗାଁର ଜଣେ ଯୁବକ ଗଜାନନ ବେହେରା ତାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରି ଝୁଲାଇ ଦେଇଛି।  ସେ ଅଙ୍ଗନବାଡ଼ିରୁ କାମ ସାରି ଫେରିଲା ବେଳେ ଦେଖିଲେ ଗଜାନନ ବେହେରା ତାଙ୍କ ଘରୁ ବାହାରି ଚାଲି ଯାଉଥିଲା। ଏହାପରେ ସେ ଘରେ ପହଞ୍ଚି ଦେଖିବାକୁ ପାଇଲେ ଯେ ଝିଅର ଉଲଗ୍ନ ଅବସ୍ଥାରେ ଶବ ଝୁଲୁଥିଲା। ତେଣୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାଆ ଅଭିଯୋଗ କରିଛନ୍ତି। ଘଟଣା ପରଠାରୁ ଗଜାନନ ବେହେରା ଫେରାର ଅଛି।

ପଢନ୍ତୁ;  ଅର୍ପିତ ପ୍ୟାଲେସ୍‌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ,୧୭ ମୃତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More