News

ଅଡୁଆରେ ଦାତି ମହାରାଜ

ପାଲି ଆଶ୍ରମରୁ ଶତାଧିକ ଯୁବତୀ ଉଦ୍ଧାର

ଦୁଷ୍କର୍ମ ଅଭିଯୁକ୍ତ ଦିଲ୍ଲୀର ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ କଳା କାରନାମାର ଗୁମର ଫିଟିବାରେ ଲାଗିଛି। ଗତ ୧୧ ତାରିଖ ଦିନ ଆତ୍ମ ଘୋଷିତ ବାବା ଦାତୀ ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ ହେବାପରେ ଦିଲ୍ଲୀ ପୁଲିସ ଖୋଳତାଡ ଆରମ୍ଭ କରିଥିଲା। ଆତ୍ମଘୋଷିତ ଭଗବାନ ପରମହଂସ ବୋଲାଉଥିବା ଦାତୀ ମହାରାଜଙ୍କ ବିରୋଧରେ ଜଣେ ମହିଳା ଭକ୍ତ ଏଭଳି ଅଭିଯୋଗ ଆଣିଥିଲେ।

ବାବାଙ୍କ କହିବା ଅନୁସାରେ ଆଲ୍ଲାବାସ ସ୍ଥିତ ଗୁରୁକୁଳ ଆଶ୍ରମରେ ପାଖାପାଖି ୭ଶହ ଝିଅ ରହୁଥିଲେ। ତେବେ ବର୍ତ୍ତମାନ ସେହି ଗୁରୁକୁଳ ଆଶ୍ରମରେ ମାତ୍ର ଶହେ ଜଣ ଝିଅ ରହୁଥିବା ପୋଲିସ ଜାଣିବାକୁ ପାଇଛି। ଦାତିଙ୍କ ଦିଲ୍ଲୀ ଓ ରାଜସ୍ଥାନ ସ୍ଥିତ ଆଶ୍ରମର ସିସିଟିଭି ଫୁଟେଜ ଜବତ କରିବା ସହ ଆଶ୍ରମ ନିକଟସ୍ଥ ଲୋକଙ୍କୁ ଏନେଇ ପଚରାଉଚରା ମଧ୍ୟ ଚାଲିଛି। ତେବେ ନିଖୋଜ ୬ଶହ ଝିଅ କୁଆଡେ ଗଲେ ଏବଂ କେଉଁ କାରଣରୁ ଆଶ୍ରମ ଛାଡିଲେ ତାହାକୁ ନେଇ ଏବେ ଛାନବିନ୍ କରୁଛି ଦିଲ୍ଲୀ ପୋଲିସ।

ପଢନ୍ତୁ; ଭାଗବତ ଗୀତା ଅଧ୍ୟୟନ ଦ୍ୱାରା କେଉଁ ସବୁ ସଙ୍କଟ ରୁ ମୁକ୍ତି ମିଳିଥାଏ , ଆସନ୍ତୁ ଜାଣିବା

Related posts

୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ENO Beuro

ପୁଣି ଥରିଲା ଇଣ୍ଡୋନେସିଆ,ରିକ୍ଟର ସ୍କେଲରେ ତୀବ୍ରତା ୫.୯

ENO Beuro

ଟାୟାର ଫାଟି ଯିବାରୁ ଜୟପୁରରେ ଜରୁରୀ ଅବତରଣ କଲା ଦୁବାଇରୁ ଆସିଥିବା ସ୍ପାଇସ୍‌ ଜେଟ୍‌

Ratnamani Moharana

1 comment

Leave a Comment