News

ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

ବାବଙ୍କ ନାଁରେ ଦୁଷ୍କର୍ମ  ମାମଲା

ପୁଣି ବାବା ନାଁ ରେ କଳଙ୍କ। ବିଗତ ଦିନରେ ବହୁ ବାବା ଦୁଷ୍କର୍ମ ଅଭିଯୋଗରେ ବିବାଦୀୟ ହେବା ପରେ ସୋମବାର ଦିନ ପୁଣି ଜଣେ ବାବାଙ୍କ କାରନାମା ସାମ୍ନାକୁ ଆସିଛି। ସେ ହେଉଛନ୍ତି ଦିଲ୍ଲୀର ଫତେହପୁରସ୍ଥିତ ଶନିଧାମ ମନ୍ଦିରର ସଂସ୍ଥାପକ ଦାତି ମହାରାଜ।

ଜଣେ ମହିଳା ଦାତି ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ୨ବର୍ଷ ତଳେ ପୀଡ଼ିତା ଦାତି ମହାରାଜଙ୍କ ସେବା କରିବାକୁ ମନ୍ଦିରରେ ରହୁଥିବା ସମୟରେ ତାଙ୍କ ସହ ବାବା ବଳାତ୍କାର କରିଥିଲେ। ଏକଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ବାବା।

ମହିଳାଙ୍କ ଅଭିଯୋଗ ଆଧାରରେ ଦାତି ମହାରାଜଙ୍କ ବିରୋଧରେ ସଂଗୀନ ଦଫା ୩୭୬(ଦୁଷ୍କର୍ମ), ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ୩୫୪ (ଅସଦାଚରଣ)ରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‍।

ପଢନ୍ତୁ;ରିଲିଜ୍ ହେଲା ଜାହ୍ନବୀଙ୍କ “ଧଡକ୍” ର ଟ୍ରେଲର

Related posts

ଢେଙ୍କାନାଳ:ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

ENO Beuro

ଲମ୍ବା ପ୍ରତୀକ୍ଷା ପରେ କମିଲା ବସ୍ ଭଡା

ENO Beuro

ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More