News

ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ରଙ୍କ ନୋଟିସ: ରସଗୋଲାର ଜିଆଇ ମାନ୍ୟତା ପ୍ରତ୍ୟାହାର କରାଯିବନି କାହିଁକି?

ପୁଣି ତେଜିଲା ରସଗୋଲା ବିବାଦ

ରସଗୋଲାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗକୁ ଜିଆଇ  କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ପ୍ରାୟ ୪ମାସ ତଳେ ‘ବାଂଲାର ରସଗୋଲା’ ଜିଆଇ ମାନ୍ୟତା ପାଇଥିଲା । ତେବେ ଏ ନେଇ ଅଭିଯୋଗ ହେବା ପରେ କାହିଁକି ଏହି ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରି ନିଆ ନ ଯିବ ସେ ସମ୍ପର୍କରେ ଦୁଇମାସ ମଧ୍ୟରେ ନିଜ ପକ୍ଷ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ରିଜିଓନାଲ ଡେଭେଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏହା ବିରୋଧରେ ଜିଆଇ କାର୍ଯ୍ୟାଳୟରେ ଅବଜେକସନ୍‌ ପିଟିସନ୍‌ ଦାଖଲ କରିଛନ୍ତି। ତେଣୁ ପଶ୍ଚିମବଙ୍ଗକୁ ଆସନ୍ତା ୨ମାସ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି। ‘ବାଂଲା ରସଗୋଲା’ କ୍ଷେତ୍ରରେ କୌଣସି ପ୍ରତିଷ୍ଠାନ ଏଥିପାଇଁ  ଆବେଦନ କରିନାହିଁ। ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ ବିଭାଗ ନିଗମ ଏଥିପାଇଁ ଆବେଦନ କରିଥିଲା। ଏଥିରେ ଓଡ଼ିଶା ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନ ଥିଲା। ଫଳରେ ପଶ୍ଚିମବଙ୍ଗକୁ ‘ବାଂଲା ରସଗୋଲା’ରେ ଜିଆଇ ମାନ୍ୟତା ମିଳିଥିଲା।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୈବେଦ୍ୟ ଭାବେ ୮୦୦ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି। ଭକ୍ତକବି ବଳରାମ ଦାସ ‘ଦାଣ୍ଡି ରାମାୟଣ’ରେ ୫୦୦ ବର୍ଷ ତଳେ ରସଗୋଲା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହାରି ଭିତରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ଏକ ସ୍ବତନ୍ତ୍ର ଲଫାଫା ବି ଜାରି କରାଯାଇଛି। ମାତ୍ର ଦେଢ଼ଶହ ବର୍ଷ ତଳେ ଓଡ଼ିଆ କାରିଗରଙ୍କଠାରୁ ରସଗୋଲାର ପ୍ରସ୍ତୁତି ପ୍ରକ୍ରିୟା ଶିଖି ବଙ୍ଗାଳିମାନେ ଏହାକୁ ଉଦ୍ଭାବନ କରିଛନ୍ତି ବୋଲି କହୁଛନ୍ତି। ପଶ୍ଚିମବଙ୍ଗ ସରକାର ଚଞ୍ଚକତା କରି ଭୁଲ ତଥ୍ୟ ଉପସ୍ଥାପନ କରି ମାଡ୍ରାସସ୍ଥିତ ଇଣ୍ଡିଆନ୍‌ ପ୍ୟାଟେଣ୍ଟ ଅଫିସରୁ ‘ବାଂଲା ରସଗୋଲା’ ନାଁରେ ଜିଆଇ ମାନ୍ୟତା ହାସଲ କରିଛନ୍ତି।

ପଢନ୍ତୁ;

ସମ୍ବଲପୁର ଝିଅ ଅର୍ପିତା ହେଲେ ଗାଲେକ୍ସି ଲିଟିଲ ମିସ୍‌ ୱାର୍ଲଡ

Related posts

ଅଙ୍ଗନୱାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ENO Beuro

Patanjali Ayurveda Among Top 10 Most Influential Brand in India

ENO Beuro

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

ENO Beuro

1 comment

Leave a Comment