News

ରସଗୋଲା ବିବାଦ:ଜବାବ ଦାଖଲ ପାଇଁ ଓଡିଶା ଓ ପଶ୍ଚିମବଙ୍ଗକୁ ହାଇକୋର୍ଟଙ୍କ ନୋଟିସ୍‌

“ରସଗୋଲା ମାମଲା”

ରସଗୋଲା ବିବାଦ ହାଇକୋର୍ଟକୁ ଆସିଛି। ପଶ୍ଚିମବଙ୍ଗକୁ ମିଳିଥିବା ଭୌଗୋଳିକ ଉତ୍ପତି(ଜିଆଇ) ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ସହିତ ଓଡ଼ିଶା ସରକାରଙ୍କୁ ତୁରନ୍ତ ରସଗୋଲା ପାଇଁ ଜିଆଇ ମାନ୍ୟତା ପାଇବା ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ ଉପରେ ଆଗତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ଆରମ୍ଭ ହୋଇଛି। ହାଇକୋର୍ଟ ମାମଲାର ଶୁଣାଣି କରି ଏଥିରେ ପକ୍ଷଭୁକ୍ତ ହୋଇଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ମାଡ୍ରାସସ୍ଥିତ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅଫିସ୍‌ର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ପଶ୍ଚିମବଙ୍ଗର ଷ୍ଟେଟ କାଉନସିଲ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ପ୍ରଶାସନିକ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି।

ଏହାପୂର୍ବରୁ ଗତ ମାର୍ଚ୍ଚ ୧୬ ତାରିଖରେ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ‘ବାଂଲାର ରସଗୋଲା’ର ଜିଆଇ ମାନ୍ୟତା କାହିଁକି ରଦ୍ଦ କରାଯିବ ନାହିଁ ବୋଲି ସେଥିରେ ପ୍ରଶ୍ନ କରାଯାଇଥିଲା। ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଆବେଦନ କ୍ରମେ ଏହି ନୋଟିସ୍‍ ଜାରି କରାଯାଇଥିଲା।

ପଢନ୍ତୁ; ତାଜମହଲ୍‌କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବାରେ ଅବହେଳା!

Related posts

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

ENO Beuro

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ENO Beuro

1 comment

Leave a Comment