News

ସିସିଆରଏଏସରେ ପାଳନ କରାଗଲା ରାଷ୍ଟ୍ରୀୟ ପୋଷଣ ମାସ

ସେପ୍ଟେମ୍ବର 2018ରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପୋଷଣ ମାସରେ ଆୟୁଷ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆରଏଏସ) ଏବଂ ଏହି ପରିଷଦର ସମସ୍ତ 25ଟି ନିଦାନିକ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ କରୁଛି । ସିସିଆରଏଏସର ତିନୋଟି ସଂସ୍ଥାନ ତଥା କେନ୍ଦ୍ରୀୟ ଆୟୁର୍ବେଦ ହୃଦ ରୋଗ ଅନୁସନ୍ଧାନ ପ୍ରତିଷ୍ଠାନ (CARICD), ପଞ୍ଜାବୀ ବାଗ, ନୂଆ ଦିଲ୍ଲୀର କ୍ଷେତ୍ରୀୟ ଆୟୁର୍ବେଦ ପୌଷ୍ଟିକ ବିକାର ଅନୁସନ୍ଧାନ ପ୍ରତିଷ୍ଠାନ (RARIND), ମଣ୍ଡି (ହିମାଚଳ ପ୍ରଦେଶ) ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ (RARIMCH), ନାଗପୁର (ମହାରାଷ୍ଟ୍ର) ସେପ୍ଟେମ୍ବର 15, 2018ରେ ରୋଗୀମାନଙ୍କୁ ଏବଂ ସର୍ବସାଧାରଣାଙ୍କ ପାଇଁ ପୋଷଣ ସଚେତନତା ଶିବିରର ଆୟୋଜନ କରିଥିଲେ।

ଶିବିର ଚାଲିଥିବା ସମୟରେ ଦୈନିକ ବ୍ୟବହାର ଉପଯୋଗୀ କିଛି ଔଷଧୀୟ ଚାରା (ଘରୋଇ ଚିକିତ୍ସା ପାଇଁ ଆବଶ୍ୟକ)କୁ ରୋଗୀମାନଙ୍କର ସୂଚନା ପାଇଁ ପ୍ରଦର୍ଶିତ କରାଯାଇଥିଲା, ଆୁୟର୍ବେଦ ପରିପ୍ରେକ୍ଷୀରେ ପୋଷଣର ବିଶେଷ ଗୁରୁତ୍ୱକୁ ପ୍ରତିଭାଗୀ, ଆଗନ୍ତୁକ ଏବଂ ରୋଗୀମାନଙ୍କ ସହିତ ବାଣ୍ଟିଥିଲେ ଏବଂ ଅନ୍ୟ ଓପିଡି ରୋଗୀମାନଙ୍କ ସହିତ ଆଇପିଡିରେ ଭର୍ତ୍ତୀ ହୋଇଥିବା ମହିଳା ରୋଗୀମାନଙ୍କୁ ସେହି ଅନୁସାରେ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା । ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ମଧ୍ୟ ପୋଷଣର ବିଶେଷ ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା ଏବଂ ଏହି ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର, ଚାର୍ଟ ଏବଂ ବ୍ରୋସର ଆଦି ପ୍ରଦର୍ଶୀତ ଏବଂ ଆବଣ୍ଟିତ କରାଯାଇଥିଲା ।

rastriya

ଆୟୁଷ ମନ୍ତ୍ରଣାଳୟ ଜ୍ଞାନ କୌଶଳର ସହାୟତାରେ ଶିଶୁ, କିଶୋର, ଗର୍ଭବତୀ ମହିଳାମାନେ ଏବଂ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କର ଉତ୍ତମ ପୋଷଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାଧାରଣ ନାଗରିକଙ୍କ କଲ୍ୟାଣ ସହିତ ଜଡିତ କାର୍ଯ୍ୟକଳାପ ସଂଚାଳନ କରିବା ପାଇଁ ନିଜ ଅନୁସନ୍ଧାନ ପରିଷଦଗୁଡିକ ଏବଂ ପ୍ରତିଷ୍ଠାନକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଉଛି।

ଏହି ଶିବିରର ପରିକଳ୍ପନା ଏବଂ ଆୟୋଜନ ପ୍ରତିଷ୍ଠାନ ସହିତ ଡାକ୍ତରମାନଙ୍କ କରିଥିଲେ । ଏହି ଶିବିରରେ ‘ପୋଷଣ ଅଭିଯାନ ଜନ ଆନ୍ଦୋଳନ’ର କାର୍ଯ୍ୟାନ୍ୱୟନ ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରଚେଷ୍ଟା ବିଷୟରେ ରୋଗୀମାନଙ୍କୁ ଅବଗତ କରାଯାଇଥିଲା । ଏହା ବ୍ୟତୀତ, ଶିଶୁ ଏବଂ ପିଲାମାନଙ୍କୁ ସମୂଚିତ ପୋଷଣ, ସ୍ତନ୍ୟପାନର ଗୁରୁତ୍ୱ ଏବଂ ପରିପୂରକ ଆହାରର ବିଶେଷ ଗୁରୁତ୍ୱ (ଅନ୍ନପ୍ରସନ୍ନ) କୁ ମଧ୍ୟ ରୋଗୀମାନଙ୍କ ସହିତ ବାଣ୍ଟିଥିଲେ ଯାହାଦ୍ୱାରା ପିଲାମାନଙ୍କ ମଧ୍ୟରେ କୁପୋଷଣ ସମସ୍ୟା ଦୂର କରିହେବ।

ପଢନ୍ତୁ; ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

Related posts

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

ENO Beuro

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?

ENO Beuro

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More