News

ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩ ରଥ

Untitled 1

ଆଜି ଉଭାଯାତ୍ରା

ବୁଧବାର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି । ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ  ବିଜେ ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ମୁତାବକ, ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଆସନ୍ତାକାଲି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ତେବେ ଏଥିପାଇଁ ଦରକାର ଆଜ୍ଞାମାଳ।  ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୋଲିସ୍ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ରଥକୁ ସିଂହଦ୍ୱାର ଚକଡାକୁ ଟାଣି ନେବେ । ଏହା ପରେ ତିନି ରଥକୁ ଉତରମୁହାଁ  କରି ରଖାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ଚୂଡାନ୍ତ ହୋଇଛି ।

ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ବନକଳାଗି ସମ୍ପର୍ଣ୍ଣ ପରେ ସକାଳୁ ଦତ୍ତା ବାହାରିଥିଲେ । ପରେ ପରେ ମଙ୍ଗଳା ଆଳତି, ମଇଲମ, ତଡପଲାଗି, ଅବକାଶ ନୀତି ହୋଇଛି । ସକାଳ ୯ ଟା ୧୫ ମିନିଟ୍ ରେ ସୂର୍ଯ୍ୟ ପୂଜା ସାଢ଼େ ୯ ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି । ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପୂର୍ବାହ୍ନ ସାଢ଼େ ୧୧ ଟାରେ ରଥ ଖଳାକୁ ତିନିବାଡଙ୍କ ଆଜ୍ଞାମାଳ ବିଜେ କରିବେ।

ପଢନ୍ତୁ: ମାୟାନଗରୀ ମୁମ୍ବାଇରେ ବର୍ଷା ବିଭୀଷିକା

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

ENO Beuro

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

ENO Beuro

ସବୁଠାରୁ ଦ୍ରୁତଗାମୀ ଗ୍ରହ ଯେଉଁଠି ସାତ ଘଣ୍ଟାରେ ଶେଷ ହେବ ଗୋଟିଏ ବର୍ଷ ବା ୩୬୫ ଦିନ

ENO Beuro

Leave a Comment