News

ପହଣ୍ଡି ପରେ ରଥରେ ତିନି ଠାକୁର

Untitled 1

ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା  ଲାଗି ଆଜି  ପୁରୀ ସହର ଜନସମୁଦ୍ରରେ ପରିଣତ ହୋଇଛି। ତିନି ଠାକୁରଙ୍କ ପହଣ୍ଡି ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇଛନ୍ତି। ରଥ, ପଥ ଏବଂ ଭକ୍ତ ପ୍ରସ୍ତୁତ ଥିବା ବେଳେ ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ତିନିଠାକୁର। ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସବୁ ରୀତିନୀତି ଠିକ୍‌ ସମୟରେ ସମ୍ପନ୍ନ ହୋଇଛି। ଛେରାପହଁରା ସହ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ରଥଟଣା  ଆରମ୍ଭ ହେବ।ପବିତ୍ର ରଥଯାତ୍ରା ଅବସରରେ ତିନି ଠାକୁର ରଥାରୂଢ଼ ହୋଇ ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରେ ଯାତ୍ରା କରିବେ । ଅତ୍ୟନ୍ତ ମନରୋମ ପରିବେଶରେ ତିନି ଠାକୁରଙ୍କ ପହଣ୍ଡି ଶେଷ ହୋଇଛି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର ।ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ  ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା । ରଥଯାତ୍ରା ଉପଲକ୍ଷେ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ସମସ୍ତେ ଅନେଇ ରହିଛନ୍ତି କେତେବେଳେ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ ଓ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବାର ସମୟ ଆସିବ ।

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଓ ରଥ ବିଜେ ସମୟରେ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା। କିଏ ବଡ଼ଦାଣ୍ଡରେ କାଳିଆଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ଭକ୍ତି ନୈବେଦ୍ୟ ଅର୍ପଣ କରୁଥିଲା ତ କିଏ ରଥ ସମ୍ମୁଖରେ ମୁରୁଜର ବର୍ଣ୍ଣାଳୀ ତୋଳି ଭକ୍ତି ପ୍ରଦର୍ଶନ କରୁଥିଲା। ତିନିଠାକୁର ରଥାରୁଢ଼ ହେବା ପରେ ଗଜପତି ମହାରାଜ ବିଜେ କରି ଛେରାପହଁରା କରିବେ। ଏହାପରେ ବଡ଼ ଦାଣ୍ଡରେ ଆରମ୍ଭ ହେବ ରଥଟଣା ।

ପଢନ୍ତୁ: ଆଜି ପବିତ୍ର ରଥଯାତ୍ରା, ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ

Related posts

ଜନ୍ମଦିନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ENO Beuro

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ENO Beuro

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ENO Beuro

Leave a Comment