News

ଆଜି ହେରା ପଞ୍ଚମୀ, ଅଭିମାନରେ ମା’ ଭାଙ୍ଗିଦେଇ ଆସିବେ ରଥ

Untitled 1

ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି  ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ମା’ ଭଗନୀ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ ଗୋପନରେ ଯାତ୍ରା କରିବା ପାଇଁ ମା’ ବିମଳାଙ୍କଠାରୁ ପରାମର୍ଶ ମିଳିଛି। ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ଗୋପନ ଯାତ୍ରାରେ ଯାଇ ରଥ ଭାଙ୍ଗି ଫେରିବେ।

ପରମ୍ପରା ମୁତାବକ ମା’ ବିମଳାଙ୍କ ପରାମର୍ଶକ୍ରମେ ଆସନ୍ତାକାଲି ସୋମବାର ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜିଉଙ୍କୁ ଭେଟିବା ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିବେ। ଏହି ପରମ୍ପରା ଆଧାରରେ ହେରାପଞ୍ଚମୀ ନୀତି ପାଳନ ହୋଇଆସୁଛି। ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଗୋପନ ଯାତ୍ରା ଖବର ପାଇବା ପରେ ମହାପ୍ରଭୁ ବି ନିଜେ ସଜେଇ ହେବା ଆରମ୍ଭ କରିଛନ୍ତି। ଆଜି ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ବିଳମ୍ୱିତ ରାତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରିବା ପରେ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତସେବା ବନକଲାଗି ନୀତି ସମ୍ପନ୍ନ କରିଛନ୍ତି।

ପଢନ୍ତୁ: ଆଜିଠୁ ଆରମ୍ଭ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

Related posts

ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ଦୁନିଆର ସବୁଠାରୁ ବଡ ବିମାନ

Ratnamani Moharana

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ENO Beuro

Leave a Comment