Loading...

ଏଥର ଚନ୍ଦ୍ରଗ୍ରହଣରେ ମୁହାଁ ମୁହିଁ ହେବେ ହେତୁବାଦୀ ଓ ଓଡ଼ିଶା ମନ୍ଦିର ସେବାୟତ ସଂଘ

ଏଥର ଚନ୍ଦ୍ରଗ୍ରହଣରେ ମୁହାଁ ମୁହିଁ ହେବେ ହେତୁବାଦୀ ଓ ଓଡ଼ିଶା ମନ୍ଦିର ସେବାୟତ ସଂଘ

ଚନ୍ଦ୍ରଗ୍ରହଣ ପୂର୍ବରୁ ହେତୁବାଦୀଙ୍କୁ ଚେତାବନୀ । ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ ।

ଗତ ସୂର୍ଯ୍ୟୋପରାଗରୁ ଆରମ୍ଭ ଚିକେନ୍ ବିରିୟାନି ଖିଆ ବିବାଦ ଥମିବାର ନାଁ ନେଉନି । ଆସନ୍ତା ୮ ତାରିଖ ଚନ୍ଦ୍ରଗ୍ରହଣ ସମୟରେ ବି ଖାଦ୍ୟ ଭକ୍ଷଣ କରିବୁ ବୋଲି ହେତୁବାଦୀ ସଂଗଠନର ଦୃଢ଼ୋକ୍ତି ପରେ ତୀବ୍ର ପ୍ରତିବାଦର ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ଏମିତିକି ସେଦିନ ଏଭଳି ପରଂପରା ବିରୋଧୀ କାମ ଯେଉଁଠି ହେବ, ସେଠି ଘଣ୍ଟ ବାଡ଼େଇ ପ୍ରତିବାଦ କରିବାକୁ ରୋକଠୋକ୍ ଶୁଣାଇଛି । ତେଣେ ହେତୁବାଦୀ ସଂଗଠନ ସଭାପତି କହିଛନ୍ତି ଧମକ ଦେଲେ, ଉଚିତ୍ ଜବାବ ଦେବୁ ।

ଚନ୍ଦ୍ରଗ୍ରହଣ ପୂର୍ବରୁ ହେତୁବାଦୀଙ୍କୁ ଚେତାବନୀ । ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ । ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।  ଏମିତିକି ଏନେଇ ପୋଲିସ ଡିଜିଙ୍କୁ ଇ-ମେଲ୍ ମାଧ୍ୟମରେ ବି ଅବଗତ କରଥିବା କହିଛି  ସଂଘ ।ଅଭିଯୋଗ କରିଛି ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀ ନାମକ ଏକ ସଂଗଠନର ସଭାପତି ଓ ସଂପାଦକଙ୍କ ସହ ଅନ୍ୟ ସଦସ୍ୟମାନେ ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଷେଇ କରି ଚିକେନ୍ ବିରିୟାନି ଓ ଅନ୍ୟ ଖାଦ୍ୟ ଖାଇଲେ । ତା’ସହ ସାଧାରଣ ଲୋକଙ୍କୁ ଖାଇବାକୁ ବି ପ୍ରବର୍ତ୍ତାଇଲେ ଓ ବିଜ୍ଞାନର ଉଦାହରଣ ଦେଇ ଧର୍ମଶାସ୍ତ୍ର ବିରୋଧୀ ମନ୍ତବ୍ୟ ଦେଲେ । ଯାହାକି ସନାତନଧର୍ମୀଙ୍କୁ ଗଭୀର ଆଘାତ ଦେଇଛି ।

ଏଭଳି ଧର୍ମବିରୋଧୀଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ତାସତ୍ତ୍ୱେ ଆଗାମୀ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଦିନ ପୁଣିଥରେ ଚିକେନ ଓ ସାଧା ବିରିୟାନି ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖାଇବାକୁ ଉସ୍‌କାଉଥିବାରୁ ଏହା ଧର୍ମିୟ ଭାବନାକୁ କ୍ଷୁର୍ଣ୍ଣ କରୁଛି । ତେଣୁ ସେଦିନ ହେତୁବାଦୀ ମାନେ ଯେଉଁଠି ଏଭଳି ନୀତିହୀନ କାର୍ଯ୍ୟର ଆୟୋଜନ କରିବେ, ସେଠି ପହଞ୍ଚି ଘଣ୍ଟ ପିଟି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ । ଯଦି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତାହାଲେ ସଂଘ ଦାୟୀ ରହିବନି ବୋଲି ଚେତାଇ ଦେଇଛି ।

ସେପଟେ ଓଡ଼ିଶା ମନ୍ଦିର ସେବାୟତ ସଂଘର ଚେତାବନୀକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ହେତୁବାଦୀ ସଂଗଠନ । ସଭାପତି ପ୍ରତାପ ରଥ କହିଛନ୍ତି କୌଣସି ବୈଜ୍ଞାନିକ ଚିନ୍ତାଧାରା, ସଂସ୍କୃତିର ସିଦ୍ଧାନ୍ତରେ ବଦଳି ଯାଏନି । ଭୋକିଲା, ଖଟିଖିଆ ମାନେ ଖାଇବାକୁ ଚାହଁନ୍ତି । ଅବୈଜ୍ଞାନିକ ଚିନ୍ତାଧାରା କାହା ଉପରେ ଲଦିଦେବା ଠିକ୍‌ ନୁହେଁ । ସୂର୍ଯ୍ୟୋପରାଗ ଭଳି ଚନ୍ଦ୍ରଗ୍ରହଣ ସମୟରେ ବି ହେତୁବାଦୀ ଚିନ୍ତାଧାରାର ଲୋକମାନେ ଖାଦ୍ୟ ଖାଇବେ । କେହି ପ୍ରତିବାଦ କଲେ କୌଣସି ପ୍ରଭାବ ପଡ଼ିବନି । ତେବେ ଧମକଚମକ ଦେଲେ, ତାର ଉଚିତ୍ ଜବାବ ଦିଆଯିବ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.