SPORTS

ବାର୍ଷକୁ ୧୦ କୋଟି ଟଙ୍କା ବେତନ ପାଇବେ ରବି ଶାସ୍ତ୍ରୀ

Ravi Shastri E3e7e750 610a 11e9 A01d 452d93af50a1

ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୁନଃନିଯୁକ୍ତି ପାଇଥିବା ରବି ଶାସ୍ତ୍ରୀ  ବାର୍ଷିକ ବେତନ ବାବଦକୁ ୯.୫ ରୁ ୧୦ କୋଟି ଟଙ୍କା ପାଇବେ ବୋଲି ଏକ ଗଣମାଧ୍ୟମ ନିଜ ରିପୋର୍ଟରେ ଦର୍ଶାଇଛି। ପୂର୍ବରୁ ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଭାବେ ବାର୍ଷିକ ୮ କୋଟି ଟଙ୍କା ପାଉଥିଲେ। ପୁନର୍ବାର ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବାରୁ ତାଙ୍କ ପାରିଶ୍ରମିକରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ରବି ଶାସ୍ତ୍ରୀ ନୁହନ୍ତି ଅନ୍ୟ ପ୍ରଶିକ୍ଷକଙ୍କ ପାରିଶ୍ରମିକରେ ମଧ୍ୟ ବୃଦ୍ଧି ଘଟିଛି।

ମୁଖ୍ୟ ପ୍ରଶିକ୍ଷକ ସହ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପାଇଁ ବିସିସିଆଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ଟିମ୍‌ ମୁଡ଼ି, ମାଇକ ହେସନ୍‌, ରବିନ୍‌ ସିଂହ ଓ ଲାଲଚାନ୍ଦ ରାଜପୁତ୍‌ଙ୍କୁ ପଛରେ ପକାଇ ରବି ଶାସ୍ତ୍ରୀ ପୁନଃନିଯୁକ୍ତି ପାଇଥିଲେ।

ପଢନ୍ତୁ: ଗଣିତରେ ଅତ୍ୟନ୍ତ ଦୁର୍ବଳ ଥି‌ଲେ କ୍ରିକେଟ ତାରକା ବିରାଟକୋହଲି

Related posts

ଆଜି ଦ୍ୱିତୀୟ ଦିନିକିଆ: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

ENO Beuro

ସାଇନା ନେହ୍ଵାଲ ହେଲେ ଚମ୍ପିୟାନ, ପ୍ରଣୟ ପ୍ରଥମ ଥର ଲାଗି ଜାତୀୟ ବିଜେତା

ENO Beuro

ପ୍ରଥମ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

ENO Beuro

1 comment

ସେପ୍ଟେମ୍ବର ୨୭ରେ ଓସିଏ ନିର୍ବାଚନ September 12, 2019 at 12:28 pm

[…] ବାର୍ଷକୁ ୧୦ କୋଟି ଟଙ୍କା ବେତନ ପାଇବେ ରବି ଶ… […]

Leave a Comment