SPORTS

ରବି ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ

Coach

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିସିସିଆଇ ରବି ଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍ ରୂପେ ଚୟନ କରିଛି । ଶୁକ୍ରବାର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) କୋଚ୍ ପଦ ପାଇଁ ଇଣ୍ଟରଭ୍ୟୁ ନେଇଥିଲା। ମୁମ୍ବାଇରେ ସିଏସି ପ୍ରେସ୍ କନଫରେନ୍ସ ଜରିଆରେ କୋଚ୍ ଚୟନ ନେଇ ସୂଚନା ଦେଇଛି। ଫଳରେ ଆହୁରି ୨ ବର୍ଷ ପାଇଁ ଅର୍ଥାତ୍ ୨୦୨୧ ପର୍ଯ୍ୟନ୍ତ ଶାସ୍ତ୍ରୀ କୋଚ୍ ଦାୟିତ୍ୱରେ ରହିବେ। ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଲାଗୁଥିଲା, ଶାସ୍ତ୍ରୀଙ୍କୁ ଦ୍ୱିତୀୟ ଥର କୋଚ୍ ଦାୟିତ୍ୱ ମିଳିବା ମୁସ୍କିଲ ହେବ। କିନ୍ତୁ ବିସିସିଆଇ ୫୭ ବର୍ଷୀୟ ଶାସ୍ତ୍ରୀ ଉପରେ ପୁଣି ଥରେ ଆସ୍ଥା ବଜାୟ ରଖିଛି।

କୋଚ୍ ଭାବେ ଶାସ୍ତ୍ରୀଙ୍କ ରେକର୍ଡ: ଜୁଲାଇ, ୨୦୧୭ରେ ଶାସ୍ତ୍ରୀ ଭାରତର କୋଚ୍  ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତ ୨୧ଟିରୁ ୧୩ଟି ଟେଷ୍ଟ ମ୍ୟାଚ୍ ଜିତିଛି। ତାଙ୍କର ବିଜୟ ପ୍ରତିଶତ ୫୨.୩୮ ରହିଛି। ସେହିପରି ଟି-୨୦ରେ ୬୯.୪୪ ପ୍ରତିଶତ ସହ ଭାରତ ୩୬ଟିରୁ ୨୫ ମ୍ୟାଚ୍ ଜିତିଛି। ଦିନିକିଆ ମ୍ୟାଚରେ ଏହି ରେକର୍ଡ ୭୧.୬୭ ରହିଛି । ଭାରତ ଏହି ଦୁଇ ବର୍ଷ ମଧ୍ୟରେ ୬୦ ମ୍ୟାଚରୁ ୪୩ ଦିନିକିଆରେ ବିଜୟୀ ହୋଇଛି।

ପଢନ୍ତୁ: ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନିନ୍ଦା କଲେ ରାହୁଲ

Related posts

ସିନ୍ଧୁଙ୍କୁ ଐତିହାସିକ ରୌପ୍ୟ ,ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ

ENO Beuro

ବିଡବ୍ଲୁଏଫ ମାନ୍ୟତା: ତୃତୀୟକୁ ଫେରିଲେ ସିନ୍ଧୁ

ENO Beuro

ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

ENO Beuro

1 comment

ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍‌କୁ ଉଡାଇଦେବାକୁ ଧମକ August 19, 2019 at 2:52 pm

[…] ରବି ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ […]

Leave a Comment