କଞ୍ଚା ପିଆଜ କେତେ ଦରକାରୀ ? ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ

କଞ୍ଚା ପିଆଜ କେତେ ଦରକାରୀ ? ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ

ଭାରତୀୟଙ୍କ ରୋଷେଇ ପ୍ରଣାଳୀରେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଯାହା ରାନ୍ଧଣାର ସ୍ୱାଦ ବଢାଇଥାଏ । ଏହାଛଡା ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

କେଶର ସୁରକ୍ଷା: ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ, ମହୁ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହୋଇଥାଏ ଓ ଝଡିବା କମ ହେଇଥାଏ ।

ଶ୍ୱାସରୋଗ ରୋଗର ଚିକିିତ୍ସା: ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ  ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ । ଶ୍ୱାସରୋଗର ଉପଶମ ପାଇଁ ପିଆଜ ରସ ସହ ମହୁ ମିଶାଇ ସେବନ କଲେ କାସ, ଥଣ୍ଡା, ଜ୍ଵର ଓ ଏଲର୍ଜିରୁ ରକ୍ଷା ମିଳିଥାଏ ।

କର୍କଟ ରୋଗରୁ ସୁରକ୍ଷା: ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ସ୍ତନକର୍କଟ, ମଳାଶୟକର୍କଟ , ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ ।

ପେଟ ଜନିତ ରୋଗରୁ ସୁରକ୍ଷା: ପ୍ରତିଦିନ କଞ୍ଚା ପିଆଜ ସେବନ ଦ୍ଵାରା  ପେଟ ଜନିତ  ସମସ୍ତ ରୋଗରୁ ଉପକାର ମିଳିଥାଏ । ନିଦ୍ରା ହୀନତା, ଭୋକ ନ ଲାଗିବା , ଦୁଶ୍ଚିନ୍ତା ରୁ ରକ୍ଷା ପାଈଁ ମଧ୍ୟ ପିଆଜ ସେବନ ଏକାନ୍ତ ଆବଶ୍ୟକ ।

ରକ୍ତ ଚାପ ରୁ ସୁରକ୍ଷା: ହୃଦଘାତ ଓ ରକ୍ତ ଚାପ ଭଳି ରୋଗ ପାଇଁ ପିଆଜ ବହୁତ ଉପକାରୀ ।

କଞ୍ଚା ପିଆଜ କେତେ ଦରକାରୀ ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ

ଜାଣନ୍ତୁ ବଲୀଉଡ ନାୟିକା ଙ୍କ ସିଆଡେ ବିଜନେସ ବିଷୟରେ