News

ପୁଣି ହ୍ରାସ ପାଇଲା ରେପୋ ରେଟ୍

Rr

କାର୍ ଓ ଗୃହ ଋଣ ଉପରେ କମିବ ସୁଧ

ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)  ଦେଶବାସୀଙ୍କୁ ପ୍ରଥମ ଉପହାର ଦେଇଛି। ଆରବିଆଇ ପକ୍ଷରୁ ପୁଣି ଥରେ ରେପୋ ରେଟ୍‌   ହ୍ରାସ କରାଯାଇଛି। ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୫ ବେସିସ ପଏଣ୍ଟ ସୁଧ ହାର ହ୍ରାସ କରିଛନ୍ତି। ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୫ ବେସିସ ପଏଣ୍ଟ  ହ୍ରାସ ହେବା ଦ୍ୱାରା ଆଗାମୀ ଦିନରେ ବ୍ୟାଙ୍କ ଋଣ ଶସ୍ତା ହେବ ବୋଲି ଜଣାପଡ଼ିଛି।

ରେପୋ ରେଟ୍ ହ୍ରାସ ଦ୍ୱାରା ଖାଉଟିଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। ୬% ଥିବା ରେପୋ ରେଟ୍‌ କମି ଯାଇ ୫. ୭୫% ହେବା ଦ୍ୱାରା ଆର୍ଥିକ ଅଭିବୃଦ୍ଧିରେ ଦେଖା ଦେଇଥିବା ମନ୍ଥରତା ଉନ୍ନତି ଏବଂ ଗ୍ରାହକମାନଙ୍କର ବ୍ୟୟ ବୃଦ୍ଧି ହେବ ବୋଲି କମିଟି ଆଶା କରିଛି। ଏହି ପଦକ୍ଷେପ ଦ୍ୱାରା ବ୍ୟାଙ୍କ୍‌ ସବୁ କମ୍‌ ସୁଧରେ ଋଣ ଦେବା ଦ୍ୱାରା ଗୃହ ଋଣ, କାର୍‌ ଋଣ ଏବଂ କର୍ପୋରେଟ୍‌ ଉଧାରକାରୀମାନଙ୍କ ଲାଗି ଇଏମ୍‌ଆଇ କମ୍‌ ପଡ଼ିବ।

ପଢନ୍ତୁ: ଆଜିଠୁ ଆରମ୍ଭ ଏଫଆଇଏଚ ପୁରୁଷ ହକି ସିରିଜ୍ ଫାଇନାଲ୍ସ

Related posts

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ENO Beuro

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

ENO Beuro

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

ENO Beuro

Leave a Comment