Loading...

‘ଭାରତ ଯୋଡ଼ୋ ଯାତ୍ରା’ରେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ

‘ଭାରତ ଯୋଡ଼ୋ ଯାତ୍ରା’ରେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ

ଆଜି ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ।

ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ ରାଜସ୍ଥାନରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ଆଜି ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ।

ଟୁଇଟ୍‌ କରି କଂଗ୍ରେସ ଲେଖିଛି: ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ପାଦ ମିଶାଇଲେ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ। ଘୃଣା ବିରୋଧରେ ଦେଶ ସଂଯୋଗ କରିବା ଲାଗି ‌ସହଯୋଗକାରୀଙ୍କ ସଂଖ୍ୟା ବୃଦ୍ଧି ଦର୍ଶାଉଛି କି, ଆମେ ସଫଳ ହେବୁ।

ଆଉ ଏକ ଟୁଇଟ୍‌ରେ କଂଗ୍ରେସ ଲେଖିଛି: ଅନ୍ଧକାରରୁ ଆଲୋକ ଆଡ଼କୁ ନେଇ ଯିବାର ଯଜ୍ଞ ହେଉଛି ‘ଭାରତ ଯୋଡ଼ୋ ଯାତ୍ରା’। ଏହି ଯାତ୍ରାକୁ ସ୍ବାଗତ କରିବା ନିମନ୍ତେ ଥଣ୍ଡାରେ ପ୍ରତୀକ୍ଷାରତ ‌ଲୋକେ ନିଜ ନିଜ ଉପସ୍ଥିତିକୁ ଏହି ଯଜ୍ଞରେ ଆହୂତି ଦେଉଛନ୍ତି। ଦେଶ ରକ୍ଷା କରିବାର ଯଜ୍ଞ।


 


 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.