୨୦୦୦ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଦେଶର ସମସ୍ତ ବ୍ୟାଙ୍କରେ ମଙ୍ଗଳବାରଠାରୁ ଆରମ୍ଭ ହେବ। ତେବେ ଏହାକୁ ବଦଳାଇବାକୁ କେତେକ ଆଡଭାଇଜରି ଜାରି କରିଛି ଆରବିଆଇ। ନିଜର ନୋଟ ବଦଳାଇବା ପୂର୍ବରୁ ଜାଣିରଖନ୍ତୁ କଣ ରହିଛି ନିୟମ
୧- ଲୋକମାନେ ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କଗୁଡିକୁ ଭିଡ଼ କରନ୍ତୁ ନାହିଁ। ଆମେ ଚାରି ମାସ ସମୟ ଦେଇଛୁ। ଆପଣ ଆରାମରେ ନୋଟ୍ ବଦଳାଇପାରିବେ, କିନ୍ତୁ ସମୟ ସୀମାକୁ ଗମ୍ଭୀରତାର ସହ ନିଅନ୍ତୁ।
୨- ବ୍ୟାଙ୍କଗୁଡ଼ିକୁ ଗରମକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ଛାଇ ସ୍ଥାନ ଓ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି।
୩- କେତେ ନୋଟ୍ ବଦଳା ଯାଇଛି ଓ କେତେ ଜମା ହୋଇଛି ତାହାର ଏକ ଦୈନିକ ହିସାବ ରଖିବାକୁ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦିଆଯାଇଛି।
୪- ୨୦୦୦ ଟଙ୍କିଆ ନୋଟକୁ ପରିବର୍ତ୍ତନ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଏକ ଗାଇଡଲାଇନ ଜାରି କରିଛି। ଷ୍ଟେଟ ବ୍ୟାଙ୍କ କହିଛି ଯେ ନୋଟ୍ ବଦଳାଇବା ପାଇଁ କୈଣସି ପରିଚୟ ପ୍ରମାଣପତ୍ର ଆବଶ୍ୟକ ନାହିଁ। କୈଣସି ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ ନାହିଁ।
୫- ଏକ ସମୟରେ ୧୦ଟି ନୋଟ୍ ବଦଳା ଯାଇପାରିବ।
ସୂଚନାନୁସାରେ, ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ବିନା ପରିଚୟପତ୍ରରେ ନୋଟ୍ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କର ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରିଛନ୍ତି। କୈଣସି ପରିଚୟ ପ୍ରମାଣ ବିନା ୨୦୦୦ଟଙ୍କିଆ ନୋଟ୍ ବଦଳାଇବାକୁ ଅନୁମତି ନଦେବାକୁ ସେ ଦାବି କରିଛନ୍ତି।