Loading...

୬.୫%ରେ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

୬.୫%ରେ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା ହାର ୬.୨୫% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ହାର ଏବଂ ବ୍ୟାଙ୍କ ହାର ୬.୭୫% ରେ ରହିଛି।

ଲଗାତାର ୫ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌‌। ୬.୫%ରେ ରେପୋ ରେଟ ଅପରିବର୍ତ୍ତିତ ରହିଥିବା ନେଇ ଶୁକ୍ରବାର ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରୀ ପଲିସି କମିଟି’ ରେପୋ ରେଟ୍‌‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା ହାର ୬.୨୫% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ହାର ଏବଂ ବ୍ୟାଙ୍କ ହାର ୬.୭୫% ରେ ରହିଛି।

ଏହାଛଡ଼ା, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ‘ୟୁପିଆଇ’ ପେମେଣ୍ଟ୍‌ ଲିମିଟ୍‌ ପ୍ରତି ‘ଟ୍ରାଞ୍ଜାକ୍‌ସନ୍‌’ ପିଛା ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କଥା ସେ କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.