News

ଆରବିଆଇରେ ଓଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

rbi

ଶକ୍ତିକାନ୍ତ ଦାସ ୨୫ତମ ଗଭର୍ଣ୍ଣର,ପ୍ରଥମ ଓଡିଆ

ଆରବିଆଇର ନୂଆ ଗଭର୍ଣ୍ଣର ହେଲେ ଓଡିଆ ପୁଅ ଶକ୍ତିକାନ୍ତ ଦାସ । ବର୍ତ୍ତମାନ ଅର୍ଥ କମିସନଙ୍କ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତ ଦାସଙ୍କୁ ଏହି ପଦବିରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର

rbi

୧୯୮୦ ବ୍ୟାଚର ଆଇଏଏସ୍‌ ଶକ୍ତିକାନ୍ତ ଦାସ । ତାମିଲନାଡୁ କ୍ୟାଡର ଆଇଏଏସ୍‌ ଶକ୍ତିକାନ୍ତ ୧୫ ତମ ଫାଇନାନ୍ସ କମିସନର ସଦସ୍ୟ ଅଛନ୍ତି । ପ୍ରଶାସନିକ ଅଧିକାରୀ ଭାବେ ଭାରତ ସରକାର ଏବଂ ତାମିଲନାଡୁର ବହୁ ବିଭାଗରେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଛନ୍ତି ।

ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ଦାସ ଏହି ପଦବୀରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବେ ନିଯୁକ୍ତି ପାଇଥିବା ବେଳେ ଏହା ଓଡ଼ିଆ ଲୋକମାନଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

ପଢନ୍ତୁ;  ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

Related posts

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ENO Beuro

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା:ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ENO Beuro

ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

ENO Beuro

Leave a Comment