ନୂଆ ଲୁକରେ ଆସିବ ୨୦ ଟଙ୍କିଆ ନୋଟ୍

20

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଖୁବଶୀଘ୍ର ବଜାରକୁ ନୂଆ ୨୦ ଟଙ୍କିଆ ନୋଟ୍ ଛାଡିବ। ଏଥିରେ ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟ ରହିବ। ‌ତେବେ ନୂଆ ନୋଟ୍‌ଟି କିଭଳି ଦେଖାଯିବ ଓ ତାହା କେଉଁ ରଙ୍ଗର ହେବ ତାହା ଜଣାପଡ଼ିନାହିଁ। ଏଥିରେ କ’ଣ କ’ଣ ନୂଆ ସୁରକ୍ଷା ବ୍ୟବସ୍ଥା ରହିବ ତାହା ମଧ୍ୟ ସାର୍ବଜନୀନ କରାଯାଇନାହିଁ।

20

ଦେଶରେ ପ୍ରଚଳନରେ ଥିବା ମୋଟ୍ ନୋଟ୍‌ରେ ୧୦ ଟଙ୍କିଆର ଭାଗ ହେଉଛି ୯.୮%। ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ ଅନେକ ନୋଟ୍‌କୁ ନୂତନ ରୂପରେ ପ୍ରଚଳନ କରିଛି। ୧୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆକୁ ନୂତନ ରୂପରେ ପ୍ରଚଳନ କରାଯାଇଛି। ମହାତ୍ମା ଗାନ୍ଧୀ ସିରିଜ୍‌ର ଏହି ନୋଟ୍‌ଗୁଡ଼ିକ ୨୦୧୬ ନଭେମ୍ବର ପରେ ପ୍ରଚଳନ କରାଯାଇଛି।

ଉଲ୍ଲେଖଯୋଗ୍ୟ,ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୂଆ ନୋଟ ଆସିଲା ପରେ ପୁରୁଣା ୨୦ ଟଙ୍କିଆ ନୋଟ ପୂର୍ବଭଳି ଜାରି ରହିବ। ତାହା ଅଚଳ ହେବ ନାହିଁ। ସମୁଦାୟ ପ୍ରଚଳିତ ନୋଟର ପ୍ରାୟ ୧୦ ପ୍ରତିଶତ କେବଳ ୨୦ ଟଙ୍କିଆ ନୋଟ୍ ରହିବ ବୋଲି ଆର୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପଢନ୍ତୁ; ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More