News

ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆର୍‌ବିଆଇ ଜାରି କଲା ନୂଆ ନିୟମ

ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆର୍‌ବିଆଇ ଜାରି କଲା ନୂଆ ନିୟମ

ଏବେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନେ ଘରେ ବସି ପାଇବେ ବ୍ୟାଙ୍କ ସେବା । ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନ ମାନଙ୍କୁ ସମସ୍ତ ପ୍ରକାର ସୁବିଧା  ଯୋଗାଇ ଦେବା ପାଇଁ  ଆର୍‌ବିଆଇ ଜାରି କରିଛି ନୂଆ ନିୟମ। ଏ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ନିୟମ ସବୁ କାର୍ଯ୍ୟକାରୀ କରାଯିବ ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ଘରକୁ ଯାଇ ତାଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରିବା, ନଗଦ ଟଙ୍କା ଯୋଗାଇ ଦେବା, ଚେକ୍‌ବୁକ୍‌ ଏବଂ ଡିମାଣ୍ଡ୍‌ ଡ୍ରାଫ୍‌ଟ୍‌ ଆଦି କରାଇବା କାର୍ଯ୍ୟ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଯାଣନ୍ତୁ କ’ଣ ସବୁ ନିୟମ ରହିଛି:

  • ଏଣିକି ପ୍ରତି ବ୍ୟାଙ୍କରେ  ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର  କାଉଣ୍ଟର ଖୋଲାଯିବ।
  • ଯେଉଁ ବରିଷ୍ଠ ନାଗରିକମାନେ ବ୍ୟାଙ୍କ୍  ନଯାଇପାରିବେ ବ୍ୟାଙ୍କ୍ କର୍ମଚାରୀ ଡୋର୍ ଷ୍ଟେପ୍ ବ୍ୟାଙ୍କିଙ୍ଗ୍  ସେବା ମାଧ୍ୟମରେ ତାଙ୍କ ଘରେ ପହଞ୍ଚି  ସମସ୍ତ ସେବା ଯୋଗାଇ ଦେବେ।
  • ପେନ୍‌ସନ୍ ଉପୋଭକ୍ତାମାନେ କେବଳ ନିଜ ବ୍ରାଞ୍ଚରେ ନୁହେଁ  ଯେକୌଣସି ବ୍ରାଞ୍ଚରେ ଲାଇଫ୍ ସାର୍ଟିଫିକେଟ୍ ଜମା ଦେଲେ ଏହା କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ଆପେ ଆପେ  ଅପ୍‌ଡେଟ୍‌ ହୋଇଯିବ।
  • ଆର୍‌ବିଆଇ ପକ୍ଷରୁ ଏହି ଗାଇଡ୍ଲାଇନ୍  ଦେଶର ସମସ୍ତ ବ୍ୟାଙ୍କକୁ  ଦିଆଯାଇଥିବା ବେଳେ  ଆସନ୍ତା ୩୧ଡିସେମ୍ବରରୁ ଏହାକୁ  କାର୍ଯ୍ୟକାରୀ ହେବ।

ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆର୍‌ବିଆଇ ଜାରି କଲା ନୂଆ ନିୟମ

ପଢନ୍ତୁ, ଭୁବନେଶ୍ୱର ବଜାରରେ ନକଲି ଘିଅ, କାରଖାନା ଠାବ ସହ ୬ ଜଣ ଗିରଫ

Related posts

ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା

ENO Beuro

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

ENO Beuro

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍‍ ହାର ୭୬.୨୩%

ENO Beuro

Leave a Comment