Loading...

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବିଭ୍ରାଟ, ଆଜି ୪୫ ଟି ସ୍ଥାନରେ ହେବ ରି-ପୋଲିଂ

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବିଭ୍ରାଟ, ଆଜି ୪୫ ଟି ସ୍ଥାନରେ ହେବ ରି-ପୋଲିଂ

ଆଜି ୪୯ ଟି ସ୍ଥାନରେ ରି-ପୁଲିଂ ହେଉଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ବିଭ୍ରାଟ ଓ ବାଧାପ୍ରାପ୍ତ ହୋଇଥିଲା ସେସବୁ ସ୍ଥାନରେ ସାନି ମତଦାନ ହେଉଛି।

ଆଜି ୪୯ ଟି ସ୍ଥାନରେ ରି-ପୁଲିଂ ହେଉଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ବିଭ୍ରାଟ ଓ ବାଧାପ୍ରାପ୍ତ ହୋଇଥିଲା ସେସବୁ ସ୍ଥାନରେ ସାନି ମତଦାନ ହେଉଛି। ଆଜି ମୋଟ ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ସାନି ଭୋଟ ଚାଲିଛି । ଭଦ୍ରକରେ ୩ଟି ବ୍ଲକ ଭଦ୍ରକ , ବନ୍ତ ଓ ଚାନ୍ଦବାଲିରେ ସାନି ମତଦାନ ହେଉଛି । ସେହିପରି ଯାଜପୁର ଜିଲ୍ଲାର ୪ଟି ବ୍ଲକରେ ସାନି ମତଦାନ ହେଉଛି ।

ସେଗୁଡିକ ହେଲା ଯାଜପୁର, ଧର୍ମଶାଳା, ଦଶରଥପୁର, ବଡ଼ଚଣା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣ ପ୍ରସାଦ ଓ କଣାସରେ ଆଜି ସାନି ମତଦାନ ଚାଲିଛି । ବାଲେଶ୍ବର ବସ୍ତା, ଢେଙ୍କାନାଳ ଗନ୍ଦିଆ , ବୌଦ୍ଧର ରୋକ୍ସାରେ ମଧ୍ୟ ରି ପୋଲିଂ ଚାଲିଛି । ସେହିପରି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ, ମୟୂରଭଞ୍ଜ କପ୍ତିପଦା ଓ ସୁଲିଆପଦାରେ ସାନି ମତଦାନ ଚାଲିଛି ।

ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୩୦ ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କିଛି ସ୍ଥାନରେ ବାଲଟ ପେପରରେ ତ୍ରୁଟି ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.