26 C
Bhubaneswar
January 19, 2021
EnewsOdia.Com
Uncategorized ନ୍ୟୁଜ୍

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ ବାବୁସାନ। ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦୦୦ ଟଙ୍କାର ଚାଲାଣ କାଟିଛନ୍ତି। ଏଥର ଗେଟ୍‌ରୁ ବାହାରିଲା ମାତ୍ରେ ହେଲ୍‌ମେଟ୍‌ ପିନ୍ଧିବି। ଏହାସହ ଭବିଷ୍ୟତରେ ଏନେଇ ସତର୍କ ରହିବି ’ବୋଲି କହିଛନ୍ତି ବାବୁସାନ।

ଏହି ଘଟଣାକୁ ନେଇ ବାବୁଶାନ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍‌ ଛକରେ ନା ଏନ୍‌ଏଚ୍‌ ଉପରେ ବାଇକ୍‌ ଚଲାଉଥିଲି। ବରଂ ଆପାର୍ଟମେଣ୍ଟ୍‌ର କମ୍ପାଉଣ୍ଡ୍‌ ଭିତରେ ବାଇକ୍‌ ଚଲାଉ ଥିଲି। ଘରେ ସଉଦା ସରି ଯାଇଥିଲା, ତେଣୁ ମୋ ସ୍ତ୍ରୀ ମୋତେ ପଠାଇଥିଲେ ସଉଦା ଆଣିବାକୁ ଏବଂ ମୁଁ ସଉଦା ଆଣିବାକୁ ଯାଇଥିଲି। ଏହି ସମୟରେ ପିଲାମାନେ ଭିଡିଓ ରେକର୍ଡ କରି ଦେଇଥିଲେ। ତେବେ ମୁଁ ଟ୍ରାଫିକ୍‌ ପୁଲିସ୍‌କୁ ଧନ୍ୟବାଦ ଜଣାଉଛି। ଏଥର ଗେଟ୍‌ରୁ ବାହାରିଲା ମାତ୍ରେ ହେଲ୍‌ମେଟ୍‌ ପିନ୍ଧିବି। ଏହାସହ ଭବିଷ୍ୟତରେ ଏନେଇ ସତର୍କ ରହିବି ’। ଏହାସହ ଘରୁ ବାହାରିଲେ ନିଶ୍ଚୟ ହେଲ୍‌ମେଟ୍‌ ପିନ୍ଧିବାକୁ ବାବୁଶାନ୍‌ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିଛନ୍ତି।
ପଢନ୍ତୁ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହୀତ

Related posts

‘ଆହାର’ କେନ୍ଦ୍ରରେ ଆରମ୍ଭ ହେଲା ପ୍ଲାଷ୍ଟିକ ଦିଅ, ପେଟପୁରା ଖାଅ ଅଭିଯାନ

Ratnamani Maharana

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More