26 C
Bhubaneswar
January 19, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

୧୬ ଡିସେମ୍ବର ୨୦୧୨ ସେହି କଳା ରାତିର ଘଟଣା  ସାରା ଦେଶର ଆବାଳ, ବୃଦ୍ଧ, ବନିତା ସମସ୍ତଙ୍କ ଲୋମ ଟାଙ୍କୁରୀ ଦେଇଥିଲା । ଜଣେ ଡାକ୍ତରୀ ଛାତ୍ରୀ ନିର୍ଭୟା ସହ  ଚଳନ୍ତା ବସ୍‌ରେ ହୋଇଥିଲା ଗଣ ଦୁଷ୍ମର୍ମ ।  ସାଙ୍ଗରେ ଥିବା ପୁରୁଷ ବନ୍ଧୁ ମଧ୍ୟ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହେଇଥିଲେ। ସେହି କଳା ରାତିର ଏକମାତ୍ର ସାକ୍ଷୀ ଥିଲେ  ଅଭିନ୍ଦ୍ର । ଯିଏକି ନିର୍ଭୟାଙ୍କ ସାଙ୍ଗ । ସେଦିନର ପୁରା ଘଟଣା ଅଭିନ୍ଦ୍ରଙ୍କ ସାମ୍ନାରେ ଘଟିଯାଇଥିଲା । ଅଭିନ୍ଦ୍ରଙ୍କ ସାମ୍ନାରେ 6 ଅଭିଯୁକ୍ତ ନିର୍ଭୟାଙ୍କୁ ବସ୍‌ର ପଛ ସିଟ୍‌କୁ ଟେକି ନେଇ ଅମାନୁଷିକ ଭାବେ ତାଙ୍କ ଉପରେ ଲୋଟି ପଡିଥିଲେ 6 ଜଣ ଯୁବକ । ଅମାନୁଷିକ ଭାବେ ଗଣ ଦୁଷ୍କର୍ମ ଯାହାକି ଏଠାରେ ଉଲ୍ଲେଖ କରିବାକୁ ଅନୁମତି ନାହିଁ ।

୨୩ ବର୍ଷିୟା ନିର୍ଭୟାଙ୍କୁ ଚଳନ୍ତା ବସରେ ୬ ଜଣ ଦୁର୍ବୃତ୍ତ ମିଶି ଗଣଦୁଷ୍କର୍ମ କରିବା ପରେ ରାସ୍ତାକୁ ଫୋପାଡ଼ି ଦେଇଥିଲେ। ଘଟଣା ସ୍ଥଳରେ ନିର୍ଭୟା ଗୁରୁତର ଭାବେ ଆହତ ହୋଇଥିଲେ । ଲହୁଲୁହାଣ ଅବସ୍ଥାରେ ନିର୍ଭୟାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସିଙ୍ଗାପୁରକୁ ସ୍ଥାନାନ୍ତର କରିଥିଲେ। ୨୯ ଡିସେମ୍ବର ଦିନ ସିଙ୍ଗାପୁରର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା।

ତେବେ ଏହି ଦୁଇ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ଯନ୍ତ୍ରଣାରେ ଜର୍ଜରିତ ନିର୍ଭୟା ମୋଟ ୬ଟି ଚିଠି ତାଙ୍କ ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ଚିଠିରେ କଷ୍ଟ ଓ ଯନ୍ତ୍ରଣାର କୋହଭରା ଅନୁଭୁତି ବଖାଣିଥିଲେ ନିର୍ଭୟା। ଆଉ ନିଜର ଶେଷ ଇଚ୍ଛା ମଧ୍ୟ ନିଜ ମା’ଙ୍କୁ ଜଣାଇଥିଲେ ସେ ଏହି ଚିଠି ମାଧ୍ୟମରେ ।

ନିର୍ଭୟାଙ୍କ ପ୍ରଥମ ଚିଠି:  ଡିସେମ୍ବରର ଗଣ ଦୁଷ୍କର୍ମପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଲହୁଲୁହାଣ ହୋଇଥିବା ନିର୍ଭୟା  ଅସହ୍ୟ ପିଡାରେ ଛଟପଟ ହେଉଥିଲେ । ଡିସେମ୍ବର ମାସ ୧୯ ତାରିଖରେ  ନିର୍ଭୟା ତାଙ୍କ ମାଙ୍କୁ  ପ୍ରଥମ ଚିଠି ଲେଖିଥିଲେ । ଏହି ଚିଠି ମାଧ୍ୟମରେ ସେ ତାଙ୍କ ମାଙ୍କୁ ତାଙ୍କ ଯନ୍ତ୍ରଣା କଥା କହିବାକୁ ଚାହିଁଥିଲେ ।  ଚିଠିରେ ସେ ଲେଖିଥିଲେ ମା ମୋତେ ବହୁତ କଷ୍ଟ ହେଉଛି, ଏ କଷ୍ଟ ମୁଁ ସହି ପାରୁନି ।  ଡାକ୍ତରଙ୍କ ଓୌଷଧ ମଧ୍ୟ ମୋ ଯନ୍ତ୍ରଣା ଦୂର କରିପାରୁନି ।  ଘଟଣା ଘଟିବାର ୩ ଦିନ ପରେ ଏହି ଚିଠିକୁ ଲେଖିଥିଲେ ସେ।

ଦ୍ୱିତୀୟ ଚିଠି: ଗଣ ଦୁଷ୍କର୍ମର ସିକାର ହେବା ପରଠାରୁ  ନିର୍ଭୟା କଥାବାର୍ତ୍ତା ମଧ୍ୟ କରିପାରୁନଥିଲେ। ଡାକ୍ତରଖାନାରେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରିଚାଲିଥିଲେ ପୀଡିତା । ଏହି ସମୟ ମଧ୍ୟରେ ସେ ତାଙ୍କର ଦ୍ୱିତୀୟ ଚିଠି ଲେଖିଥିଲେ ଡିସେମ୍ବର ମାସ ୨୧ ତାରିଖରେ। ବେହୋସ ହୋଇ ପଡ଼ିରହିଥିବା ନିର୍ଭୟା ୨୧ ତାରିଖରେ ସାମାନ୍ୟ ଚେତାକୁ ଫେରିଥିଲେ। ସେହି ସମୟରେ ସେ ତାଙ୍କର ଦ୍ୱିତୀୟ ଚିଠିକୁ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ସେ ଲେଖିଥିଲେ କି, ଅସହ୍ୟ ଯନ୍ତ୍ରଣା କାରଣରୁ ମୋତେ ଠିକ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେଇ ନେଇହଉନାହିଁ। ନିଶ୍ୱାସ ନେବା ଦ୍ୱାରା ମୋତେ ବହୁତ କଷ୍ଟ ହେଉଛି। ଡାକ୍ତରଙ୍କୁ କୁହ ମୋତେ ନିଦ ବଟିକା ଦେବେ ନାହିଁ। କାରଣ ଔଷଧ ଦେବା ଦ୍ୱାରା ମୋତେ ନିଦ ହୋଇ ଯାଉଛି। ଆଉ ମୁଁ ଶୋଇବା ପରେ କେହି ମୋ ଶରୀରକୁ ଆଘାତ ଦେଉଥିବା ନେଇ ଅନୁଭବ କରୁଥିବା ସମ୍ପର୍କରେ ସେ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ।

ତୃତୀୟ ଚିଠି: ନିର୍ଭୟା ୨୨ ଡିସେମ୍ବରରେ ତାଙ୍କ ମାଙ୍କ ଉଦ୍ଦେଶ୍ୟ ତୃତୀୟ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ମୋ ଚାରିପଟେ ଥିବା ସମସ୍ତ କାଚକୁ ଭାଙ୍ଗି ଦିଅ। ମୁଁ ନିଜ ମୁଁହ ଦେଖିବାକୁ ଚାହୁଁ ନାହିଁ। ମା ମୁଁ ଗାଧୋଇବାକୁ ଚାହୁଁଛି। ମୋ ଶରୀରରେ ଲାଗିଥିବା ସେ ନରରାକ୍ଷାସମାନଙ୍କ ରକ୍ତରୁ ଗନ୍ଧ ବାହାରୁଛି। ମୋତେ ନିଜ ଶରୀର ଘୃଣା ଲାଗୁଛି। ମୋତେ ଛାଡ଼ିକରି ଯାଅନାହିଁ ମା ବୋଲି ନିର୍ଭୟା ତାଙ୍କର ତୃତୀୟ ଚିଠିରେ ଉଲ୍ଲେଖ କରିଥିଲେ।

ଚତୁର୍ଥ ଚିଠି: ୨୫ ତାରିଖରେ ନିର୍ଭୟା ଚତୁର୍ଥ ଚିଠି ଲେଖିଥିଲେ। ସେ ତାଙ୍କର ଚତୁର୍ଥ ଚିଠିରେ ତାଙ୍କ ବାପାଙ୍କୁ ଖୋଜିଥିଲେ। ସେ ଲେଖିଥିଲେ ଯେ, ବାପା କେଉଁଠି ଅଛନ୍ତି। ସେ ମୋତେ ଦେଖିବାକୁ କାହିଁକି ଆସୁନାହାନ୍ତି ? ଚିଠିରେ ମାଙ୍କୁ କହିଥିଲେ ଯେ  ବାପାଙ୍କୁ ମନଦୁଃଖ ନ କରିବାକୁ କହିବ ।

ପଞ୍ଚମ ଚିଠି: ୨୫ ଡିସେମ୍ବରରେ ନିର୍ଭୟା ତାଙ୍କ ପଞ୍ଚମ ଚିଠି ଲେଖିଥିଲେ। ଏହି ଚିଠିରେ ତାଙ୍କ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦେବାକୁ ମାଙ୍କୁ କହିଛନ୍ତି । ମା ସେ ପଶୁମାନଙ୍କୁ ଛାଡିବ ନାହିଁ । କାହାକୁ ବି କ୍ଷମା କରିବ ନାହିଁ । ଏହି ଚିଠିରେ ସେ ତାଙ୍କର ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ମଧ୍ୟ ମାଙ୍କୁ ପଚାରିଥିଲେ । ପଞ୍ଚମ ଚିଠିରେ ନିର୍ଭୟା ଲେଖିଥିଲେ ଯେ ମୁଁ ବଞ୍ଚିବାକୁ ଚାହୁଁନି ।

ଷଷ୍ଠ ଚିଠି: ଜୀବନର ଅନ୍ତିମ ଦିନ ଡିସେମ୍ବର ୨୬ ତାରିଖରେ  ନିର୍ଭୟା ଲେଖିଥିଲେ ଶେଷ ଚିଠି । ଶେଷ ଚିଠିରେ ଲେଖିଥିଲେ ଯେ, ମୁଁ ମୃତ୍ୟୁର ଶଯ୍ୟାରେ ଶୋଇଯିବାକୁ ଚାହୁଁଛନ୍ତି। ଏହି ଯନ୍ତ୍ରଣା ଅସହ୍ୟ ହେଉଛି  ଆଉ ସହିହେବ ନାହିଁ । ମରିବାକୁ ଚାହୁଁଛି ବୋଲି ନିର୍ଭୟା ତାଙ୍କ ଶେଷ ଚିଠିରେ ଦର୍ଶାଇଥିଲେ। ମୋତେ ଏବେ ଶୋଇବାକୁ ଦିଅ। ମୋତେ ବହୁତ କଷ୍ଟ ହେଉଛି। ଡାକ୍ତରଙ୍କୁ କହି ମୋତେ ମୃତ୍ୟୁ ଆଣିଦିଅ। ମୋତେ କ୍ଷମା କର ମା’। ମୁ ଥକି ପଡ଼ିଲିଣି। ଏବେ ଆଉ କଷ୍ଟ ସହିପାରୁନି। ମୁଁ ଆଉ ବଞ୍ଚିବାକୁ ଚାହୁଁନି।..

ଏହା ପରେ ସେ କୋମାକୁ ପଳାଇଥିଲେ । ଯାହା ପରେ ନିର୍ଭୟା ଆଉ ଚେଇଁ ନଥିଲେ । ଶୋଇଯାଇଥିଲେ  ସେ ସବୁ ଦିନ ପାଇଁ  ।

ପଢନ୍ତୁ: ପିଏମ୍‌ ମୋଦିଙ୍କ ପରେ ‘Man vs Wild’ରେ ନଜର ଆସିବେ ରଜନୀକାନ୍ତ

Related posts

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More