30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ଓଡିଶାର ବୀରତ୍ବର କଥା ‘ପାଇକ ବିଦ୍ରୋହ’

‘କଥା’ ପ୍ରଡକ୍ସନ ଦ୍ୱାରା ନିର୍ମିତ ନୂଆ ଧାରାବାହିତ ବକ୍ସି ଜଗବନ୍ଧୁ ଷ୍ଟାର ପ୍ଲାସରେ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି । ଆସାଧାରଣ ବିରତ୍ୱ ଏବଂ ଐତିହାସିକ କଥାକୁ ନେଇ ନିର୍ମିତ ଏହି ଧାରାବାହିକ ‘ବିଦ୍ରୋହୀ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଏହି ଧାରାବାହିକରେ ଉଲ୍ଲେଖ କରାଯାଇଛି ।

ଏହି ଧାରାବାହିକର କାହାଣୀ ଦୁଇ ରାଜକୁମାରୀ ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା କିପରି ଏକାଠି ହୋଇ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରୁଛନ୍ତି ତାହା ଦର୍ଶାଯାଇଛି । ନିକଟରେ ରିଲିଜ ହୋଇଥିବା ପ୍ରୋମୋରେ ଶରଦ ମଲହୋତ୍ରାଙ୍କୁ ଖୋର୍ଦ୍ଧା ୧୮୪୭ର ଐତିହାସିକ ପାଇକା ବିଦ୍ରୋହର ନେତା ବକ୍ସୀ ଜଗବନ୍ଧୁ ଭାବରେ ପରିଚିତ କରାଯାଇଛି । ସେ ରୋଡଙ୍ଗାଙ୍କର ଜମିଦାର ଥିଲେ ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବରେ ମନୋନୀତ କରିଥିଲେ । ବାସ୍ତବରେ, ବକ୍ସିଙ୍କ ନେତୃତ୍ୱରେ ପ୍ରଚୁର ଟିକସ ଏବଂ ଟିକସମୁକ୍ତ ଜମିକୁ ବେଆଇନ ଭାବେ ଆକ୍ରମଣ ଏବଂ ବ୍ରିଟିଶ ନିୟମ ଦ୍ୱାରା ଲୁଣ ଉପରେ ପ୍ରତିବନ୍ଧକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।

ପଢନ୍ତୁ: କୋଟିଆର ଶାନ୍ତିପୂର୍ଣ ସମାଧାନ ପାଇଁ ଜଗନ ମୋହନ ରେଡ୍ଡୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

Related posts

ରାଜଧାନୀରେ ଚାଲିବନି ଅଟୋ ଚାଳକଙ୍କ ମନମାନି

Ratnamani Maharana

କମିଲା ଥଣ୍ଡା, ଆସୁଛି କୁହୁଡି

Ratnamani Maharana

୨୫ ଓ ୨୬ ତାରିଖ ରାଜ୍ୟରେ ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More