27.1 C
Bhubaneswar
July 23, 2021
EnewsOdia.Com
ବାସ୍ତୁ

ଜାଣନ୍ତୁ ଚାନ୍ଦୀ ପାଉଁଜି ପିନ୍ଧିବାର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

ମହିଳାମାନଙ୍କର ମନ ପସନ୍ଦ ଗହଣା ହେଉଛି ଚାନ୍ଦୀ ପାଉଁଜି । ଖାସ୍ କରି ବାହାଘର ପରେ ମହିଳାମାନେ ତାଙ୍କ ପାଦରେ ପାଉଁଜି ନିହାତି ଭାବେ ପିନ୍ଧିଥାନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି ବାହାଘର ପରେ କାହିଁକି ମହିଳାମାନେ ପାଉଁଜି ପିନ୍ଧିଥାନ୍ତି? ଯଦି ନାଁ ତେବେ ଆସନ୍ତୁ ଜାଣିବା । ପାଉଁଜି ପିନ୍ଧିବା ପଛରେ ପାରମ୍ପରିକ ମାନ୍ୟତା ସହିତ ବୈଜ୍ଞାନିକ କାରଣ ବି ରହିଛି ।

ସକରାତ୍ମକ ଶକ୍ତି: ବିବାହ ପରେ ଅଧିକତମ ହିନ୍ଦୁ ମହିଳା ସବୁବେଳ ପାଇଁ ପିନ୍ଧିଥାନ୍ତି । ଏହାକୁ ପିନ୍ଧିବା ଦ୍ୱାରା ପାରମ୍ପରିକ କାରଣ ସମେତ ବୈଜ୍ଞାନିକ କାରଣ ବି ରହିଛି । ଯେତେବେଳେ ମହିଳାମାନେ ପାଦରେ ପାଉଁଜି ପିନ୍ଧି ଚାଲିଥାନ୍ତି, ସେହି ସମୟରେ ପାଉଁଜିର ଘୁଂଗୁରରୁ ବାହାରୁଥିବା ଶବ୍ଧ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଭିତରେ ଥିବା ନକରାତ୍ମକ ଶକ୍ତି ଉଭାନ ହୋଇଥାଏ । ଏହାସହିତ ସବୁଠାରୁ ବଡ କଥା ହେଉଛି ପାଉଁଜିର ଘୁଂଗୁରରୁ ବାହାରୁଥିବା ଶବ୍ଧକୁ କ୍ରିୟ ଶକ୍ତି ବୋଲି କୁହାଯାଇଥାଏ । ଏହି ଶକ୍ତି ଏକ ପ୍ରକାରର ସଧବା ମହିଳାଙ୍କର ରକ୍ଷା କବଜ ଭଳି କାମ କରିଥାଏ ଏବଂ ମହିଳାମାନଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ ।

ହାଡ ମଜବୁତ: ମହିଳାମାନେ ପାଉଁଜି ପିନ୍ଧିବା ଦ୍ୱାରା ସେମାନଙ୍କ ହାଡ ମଜବୁତ ହୋଇଥାଏ । ପ୍ରକୃତରେ ପାଉଁଜିଟି ଯେତେବେଳେ ମହିଳାଙ୍କ ପାଦରେ ବାରମ୍ବାର ଘସି ହୋଇଥାଏ, ସେମାନଙ୍କର ହାଡ ଅଧିକ ମଜବୁତ ହୋଇଥାଏ ।

ସ୍ୱାସ୍ଥ୍ୟରେ ସୁଧାର: ପାଉଁଜିକୁ ନେଇ ଆଧ୍ୟାତ୍ମିକ ମାନ୍ୟତା ବି ରହିଛି । ପାଉଁଜି ପିନ୍ଧିବା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏହାସହିତ ପାଉଁଜି ଶରୀରକୁ ଥଣ୍ଡା ରଖିବାର କାମ କରିଥାଏ ।

ଗର୍ଭଧାରଣ କ୍ଷମତା: ପାଉଁଜି ପିନ୍ଧିବା ଆକ୍ୟୁପ୍ରେସର ଭଳି କାମ କରିଥାଏ । ଏହା ଆପଣଙ୍କ ମାଂସପେଶୀୟକୁ ଷ୍ଟେବଲ ରଖିବାର କାମ କରିଥାଏ । କୁହାଯାଏ ପାଉଁଜି ପାଦର ଏକ ସ୍ୱତନ୍ତ୍ର ଶୀରା ଉପରେ ଚାପ ପକାଇ ଥାଏ । ଯାହାଦ୍ୱାରା ଗର୍ଭାଶୟରେ ସମାନ ଭାବେ ରକ୍ତ ସଂଚାଳିତ ହୋଇଥାଏ । ଅର୍ଥାତ ଚାନ୍ଦୀ ପାଉଁଜି ପିନ୍ଧିବା ଦ୍ୱାରା ମହିଳାଙ୍କ ଗର୍ଭଧାରଣ କ୍ଷମତା ବୃଦ୍ଧି ହୋଇଥାଏ ।

ବାସ୍ତୁ ଶାସ୍ତ୍ର: ଶାସ୍ତ୍ର ଅନୁସାରେ ବି ପାଉଁଜିର ଘୁଂଗୁରରୁ ବାହାରୁଥିବା ଶବ୍ଧ ଘରର ପରିବେଶ ପାଇଁ ଶୁଭ ହୋଇଥାଏ । ଏହାଦ୍ୱାରା କେବଳ ଘରର ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ, ତାହାନୁହେଁ ବରଂ ଦୈବିକ ଶକ୍ତି ବି ଏହି ଶବ୍ଧ ଦ୍ୱାରା ଆକର୍ଷିତ ହୋଇ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ଯାହାଫଳରେ ଘରର ଉନ୍ନତି ଏବଂ ଲାଭ ହୋଇଥାଏ ।

ପଢନ୍ତୁ: ଘରେ ଲଗାନ୍ତୁ ଦୌଡୁଥିବା ଘୋଡାଙ୍କ ଫଟୋ, ହେବ ଧନର ବର୍ଷା

Related posts

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

Ratnamani Maharana

ଧନ ସଞ୍ଚୟ ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

Ratnamani Maharana

ଏକମୁଖି ରୁଦ୍ରାକ୍ଷ ଧାରଣ ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More