LIFESTYLE

ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ ଆଲିଙ୍ଗନ!

ଆଲିଙ୍ଗନ ସବୁ ସମ୍ପର୍କକୁ ସୁଦୃଢ଼ କରିଥାଏ। ଛୋଟ ପିଲା ମା’କୁ ଦେଖିଲେ ଦଉଡି ଆସି ଆଲିଙ୍ଗନ କରେ। ସେହିପରି ଭାଇ ଭଉଣୀ, ପ୍ରେମିକ-ପ୍ରେମିକା, ସାଙ୍ଗସାଥିମାନେ ପରସ୍ପରକୁ ଆଲିଙ୍ଗନ କରିଥାନ୍ତି। ଏହାଦ୍ୱାରା ଭଲ ପାଇବା ବଢ଼ିବା ସହିତ ସମ୍ପର୍କର ସ୍ଥାୟିତ୍ୱ ବୃଦ୍ଧି ପାଇଥାଏ।ଏହାଛଡା ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ କିପରି ଅଛି ତାହା ଆଲିଙ୍ଗନ ସୂଚିତ କରିଥାଏ। ପରସ୍ପରକୁ ନିବିଡ ଭାବେ ଆଲିଙ୍ଗନ କଲେ ତାହା ଦୃଢ଼ ସମ୍ପର୍କକୁ ଦର୍ଶାଇଥାଏ। ଏପ୍ରକାର ଆଲିଙ୍ଗନ ପ୍ରାୟତଃ ପ୍ରେମିକା-ପ୍ରେମିକ ଏବଂ ଛୋଟ ପିଲା-ମା’ଠାରେ ଦେଖିବାକୁ ମିଳିଥାଏ।

ଆଲିଙ୍ଗନ କରିବା ଦ୍ଵାରା ଅନେକ ଫାଇଦା ମଧ୍ୟ ମିଳିଥାଏ, ଜାଣନ୍ତୁ ସେ ସମ୍ପର୍କରେ-

ଆଲିଙ୍ଗନ ମାନସିକ ଚାପ ହ୍ରାସ କରିବା ସହିତ ମନକୁ ଖୁସି କରିଥାଏ। ବେଳେବେଳେ ଆଲିଙ୍ଗନ ସମୟରେ ମନରେ କୋହ ସୃଷ୍ଟି ହୋଇଥାଏ। ଏହା ମନରୁ ନାକାରାତ୍ମକ ଭାବନା ଦୂର କରିବାକୁ ସକ୍ଷମ ହୋଇଥାଏ।

ଆଲିଙ୍ଗନ ଦ୍ୱାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡୁଛି ସେ ନେଇ ରୁହୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଗବେଷକ ୫୦୦ଜଣ ପ୍ରେମିକା-ପ୍ରେମିକ, ମା’-ପିଲା, ଦମ୍ପତି ଓ ମିଳିତ ପରିବାରର ଛୋଟ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା। ସେମାନେ କେଉଁ ପରିସ୍ଥିତିରେ ଆଲିଙ୍ଗନରେ ଆବଦ୍ଧ ହେଉଛନ୍ତି ତାହା ପଚରା ଯାଇଥିଲା। ସେମାନେ ଦେଇଥିବା ଉତ୍ତର ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ପଢନ୍ତୁ; ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ସବୁ ଜୁସ୍

Related posts

କ୍ୟାନସର ଭଳି ମାରତ୍ମକ ରୋଗ ସହିତ ଲଢିବାର କ୍ଷମତା ରହିଛି ଏହି ଫଳରେ ! ଜାଣନ୍ତୁ

ENO Beuro

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ପ୍ରତିଦିନ କଫି ପିଉଛନ୍ତି କି? ସାବଧାନ! ନଚେତ ଭୋଗି ପାରନ୍ତି ଏହି ସବୁ ଶାରୀରିକ ସମସ୍ୟା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More