News

ବିଶିଷ୍ଟ କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ଦେହାନ୍ତ

ବିଶିଷ୍ଟ କନ୍ନଡ଼ ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବରିଶଙ୍କର ଶନିବାରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କର ପତ୍ନୀ ସୁମଲତା ଓ ପୁଅ ଅଭିଷେକ ଅଛନ୍ତି।

ambareesh

ଶନିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମ୍ବରିଶଙ୍କ ମୃତ୍ୟୁ ପରେ ଦକ୍ଷିଣ ଭାରତୀୟ କଳାକାର ଓ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି। ସୁପରଷ୍ଟାର ରଜନୀକାନ୍ତଙ୍କଠୁ ଆରମ୍ଭ କରି ବିଭିନ୍ନ ଅଭିନେତା ତଥା ରାଜନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ,୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଅମ୍ବରିଶ ରିବେଲ୍‌ ଷ୍ଟାର ଭାବେ ପରିଚିତ। ୧୯୭୨ ମସିହାରେ ସେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପି ଥିଲେ। ତାଙ୍କ ପ୍ରଥମ ଫିଲ୍ମ ନାଁ ଥିଲା ‘Nagarahavu’। ତାଙ୍କର ଶେଷ ଫିଲ୍ମ ଥିଲା ‘Ambi Ning Vayassaytho’, ଯାହାକି ୨୦୧୮ ମସିହାରେ ରିଲିଜ୍‌ ହୋଇଥିଲା।

ପଢନ୍ତୁ; ଜମ୍ମୁ କାଶ୍ମୀର: ପୁଣି ସଫଳତା, ୬ ଆତଙ୍କବାଦୀ ନିହତ

Related posts

ଟାଙ୍ଗିଆରେ ହାଣି ଶିକ୍ଷକଙ୍କୁ ହତ୍ୟା, ନାବାଳିକା ଝିଅ ଗୁରୁତର !

ENO Beuro

ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

ENO Beuro

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ:୨ ଓଡିଆଙ୍କୁ ପଦ୍ମଶ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More