Recipes & Food

ପ୍ରସ୍ତୁତ କରନ୍ତୁ ସେଓ ଜିଲାପି ! ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ସେଓ, ମଇଦା, ଚିନି, କାଜୁ, ପେସ୍ତା,ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଛାଡି ଦିଅନ୍ତୁ। ଏବେ ଏକ ପାତ୍ରରେ ମଇଦା, ଅଳ୍ପ ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ।

ବର୍ତ୍ତମାନ ସିରା ପ୍ରସ୍ତୁତ କରିବା। ଏଥପାଇଁ ଚିନି ଓ ପାଣିକୁ ଫୁଟାଇ ଦିଅନ୍ତୁ। ଯେତେବେଳେ ଏହା ଫୁଟିବ, ଆଞ୍ଚ କମ୍‌ କରି ଏଥିରେ ଅଳ୍ପ ଲେମ୍ବୁ ରସ ଓ ଗୁଜୁରାତି ଗୁଣ୍ଡ ପକାଇ ସେତେବେଳ ଯାଏ ଫୁଟାନ୍ତୁ ଯେତେବେଳ ଯାଏ ଏହା ଫୁଟି ଫୁଟି ସିରା ଭଳି ଗାଢ଼ ନ ହୋଇଯାଏ।

 

ବର୍ତ୍ତମାନ ଆମେ ଜିଲାପି ଛାଣିବା। ଏଥିପାଇଁ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏବେ ସେଓକୁ ଗୋଲ ଗୋଲ କରି କାଟି ମଇଦା ମିଶ୍ରଣରେ ବୁଡ଼ାଇ ଗୋଟି ଗୋଟି କରି ଛାଣନ୍ତୁ। ଏହାକୁ ଗୋଲ୍ଡେନ୍‌ ବ୍ରାଉନ୍‌ କଲର୍‌ ହେବା ଯାଏ ଛାଣନ୍ତୁ। ଜିଲାପି ହୋଇଗଲେ ଏହାକୁ ୨ ମିନିଟ୍‌ ଯାଏ ସିରାରେ ବୁଡ଼ାଇ ରଖନ୍ତୁ। ଏହାପରେ ପ୍ଲେଟ୍‌କୁ କାଢ଼ି ଉପରେ କଟା କାଜୁ ଓ ପିସ୍ତା ସଜାଇ ପରଷନ୍ତୁ ଗରମ ସେଓ ଜିଲାପି।

ପଢନ୍ତୁ; ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‌

Related posts

ଘରେ ପ୍ରସ୍ତୁତ କରନ୍ତୁ ଗରମ ଗରମ ପନିର ମଞ୍ଚୁରିଆନ୍! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଖରାଦିନେ ଘରେ କିପରି ପ୍ରସ୍ତୁତ କରିବେ ବାଦାମ କୁଲ୍‌ଫି ଜାଣନ୍ତୁ ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌’

ENO Beuro

Leave a Comment