ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ଅଟା, ଘିଅ, ଚିନି, କାଜୁ, ପିସ୍ତା, କିସ୍‌ମିସ୍‌,ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ଏହାପରେ ଅଟାକୁ ସେହି ଗରମ ଘିଅରେ ପକାଇ ଭାଜନ୍ତୁ। ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଲ ଭାବେ ଭାଜି ହେବା ପରେ ସେଥିରେ ଅଟାର ତିନିଗୁଣ ପାଣିଦିଅନ୍ତୁ।

ସେଥିରେ ଚିନି ମିଶାଇ ଗୋଳାନ୍ତୁ। ସେ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ଯେ ପର୍ଯ୍ୟନ୍ତ ଅଟା ବିଣ୍ଡଗୁଡା ଫିଟି ନଯିବ। ଏହାପରେ ଏଥିରେ କଟା ଯାଇଥିବା କିସ୍‌ମିସ୍‌ ଏବଂ କାଜୁ ପକାନ୍ତୁ। ହାଲୱାକୁ ଲଗାତାର ଚାମଚରେ ଗୋଳାନ୍ତୁ ନହେଲେ ଅଟା କଡାଇରେ ଲାଗିଯିବ।

ଯେତେବେଳେ ହାଲୱା ମୋଟା ହୋଇଯିବ ସେଥିରେ ଘିଅ ମିଶାଇ ଭଲ ଭାବେ ଗୋଳାନ୍ତୁ। ହାଲୱା ଗାଢା ହୋଇଯିବ ଓ କଡାଇରେ ଲାଗୁନଥିବ ସେତିକିବେଳେ ଗୁଜୁରାତି ଓ ଆଉ କିଛି ଘିଅ ମିଶାଇ ଦିଅନ୍ତୁ। ଏହାପରେ ହାଲୱାକୁ ବାହାରକୁ କାଢି ସେଥିରେ କିଛି କାଜୁ ଓ ପିସ୍ତା ଦେଇ ସଜାନ୍ତୁ ଓ ଗରମ ଗରମ ଖାଆନ୍ତୁ।

ପଢନ୍ତୁ; ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର !

ସେଥିରେ ଚିନି ମିଶାଇ ଗୋଳାନ୍ତୁ। ସେ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ଯେ ପର୍ଯ୍ୟନ୍ତ ଅଟା ବିଣ୍ଡଗୁଡା ଫିଟି ନଯିବ। - 4.4

87%

ଯେତେବେଳେ ହାଲୱା ମୋଟା ହୋଇଯିବ ସେଥିରେ ଘିଅ ମିଶାଇ ଭଲ ଭାବେ ଗୋଳାନ୍ତୁ। - 4.5

90%
4.4/5

Very Good!

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ଏହାପରେ ଅଟାକୁ ସେହି ଗରମ ଘିଅରେ ପକାଇ ଭାଜନ୍ତୁ। ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଲ ଭାବେ ଭାଜି ହେବା ପରେ ସେଥିରେ ଅଟାର ତିନିଗୁଣ ପାଣିଦିଅନ୍ତୁ।

No Votes Yet

You're not rated yet