Recipes & Food

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

୩ଟି କ୍ୟାପସିକମ୍‌, ୪ ଚାମଚ ବେସନ, ଲମ୍ବାରେ କଟା ହୋଇଥିବା ଗୋଟିଏ ପିଆଜ, ୪ଟି ରସୁଣ, ଗୋଟିଏ କଞ୍ଚା ଲଙ୍କା

ଆବଶ୍ୟକ ଅନୁସାରେ ହଳଦୀ, ଧନିଆ ପାଉଡର, ସୋରିଷ, ଜିରା, ଚିମୁଟେ ହେଙ୍ଗୁ ଲଙ୍କା ଗୁଣ୍ଡ ଏବଂ ଲୁଣ

ଭୃସଙ୍ଗ ପତ୍ର, ଛାଣିବା ପାଇଁ ତେଲ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କ୍ୟାପ୍‌ସିକମ୍‌କୁ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ବେସନକୁ ଅଳ୍ପ ଭାଜି ରଖନ୍ତୁ। ଏକ କଡ଼ାଇରେ ତେଲ ଗରମ କରନ୍ତୁ। ଏଥିରେ ସୋରିଷ, ଜିରା, ହେଙ୍ଗୁ ପକାନ୍ତୁ। ଫୁଟିଗଲା ପରେ ଏଥିରେ ପିଆଜ, ରସୁଣ ଏବଂ ଭୃସଙ୍ଗ ପତ୍ର ପକାଇ ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ।

ଏବେ ଏଥିରେ କ୍ୟାପ୍‌ସିକମ୍‌ ପକାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଜୋର୍‌ ଆଞ୍ଚରେ ଭାଜନ୍ତୁ। ଏବେ ଏଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ବେସନ ପକାଇ ଭଲ ଭାବେ ଗୋଳାନ୍ତୁ। ଯଦି ମସଲା କଡ଼ାଇରେ ଲାଗୁଥିବା ଦେଖିବେ ଅଳ୍ପ ପାଣି ସିଞ୍ଛିଲା ଭଳି ଦେଇପାରିବେ। କଡ଼ାଇକୁ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ସିଝିବାକୁ ଦିଅନ୍ତୁ। ଏବେ ଘୋଡ଼ଣୀ ଖୋଲି ଅଳ୍ପ ଏପଟ ସେପଟ କରନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ।

besan

ପଢନ୍ତୁ; ତିତଲି ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ENO Beuro

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

ENO Beuro

ଆଜି ହିଁ ଘରେ ତିଆରି କରନ୍ତୁ ‘ମଟନ୍‌ ହାଲିମ୍’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More