Recipes & Food

ସ୍ଵାଦିଷ୍ଟ ବନ୍ଧାକୋବି ପରଟା ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

cabbage

ଆବଶ୍ୟକ ସାମଗ୍ରୀ

ବନ୍ଧାକୋବି, ଅଦା,ରସୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,କଞ୍ଚାଲଙ୍କା, ଜିରା ଗୁଣ୍ଡ,  ଅଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବନ୍ଧାକୋବିକୁ କାଟି ରଖନ୍ତୁ। ‌ତା ପରେ ସେଥିରେ  ଅଦା,ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ।  ଏଥିରେ ଅଟା ପକାନ୍ତୁ।

cabbage

ଅଳ୍ପ ଅଳ୍ପ ପାଣି ଦେଇ ଏହି ଅଟା ମିଶ୍ରଣକୁ ଭଲ ଭାବେ ଚକଟନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ।

କିଛି ସମୟ ପରେ ଛୋଟ ଛୋଟ ଅଟା ଗୋଳା ତିଆରି କରି ପରଟା ବେଲନ୍ତୁ।  ତାପରେ ତାୱାକୁ ଗରମ କରନ୍ତୁ। ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବନ୍ଧାକୋବି ପରଟା। ଏହାକୁ ଗରମା ଗରମ ଦହି, ଚଟଣୀ କିମ୍ବା ଆଚାର ସହ ଖାଆନ୍ତୁ।

ପଢନ୍ତୁ; ଓଲଟିଲା ପିକ୍‌ନିକ୍‌ ବସ୍, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମସରୁମ କଟଲେଟ”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ENO Beuro

Leave a Comment