Recipes & Food

ଆସନ୍ତୁ ଜାଣିବା, ଚଣା ଚିଲ୍ଲୀ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ବନ୍ଧରେ

ଆପଣ କେବେ ଚଣା ଚିଲ୍ଲୀ ତିଆରି କରିଛନ୍ତି କି ? ଆଜି ଆମେ ଆପଣଙ୍କୁ ଚଣା ଚିଲ୍ଲୀ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ବନ୍ଧରେ କହିବୁ । ଯାହା ଖାଇବାକୁ ଖୁବ ସ୍ୱାଦିଷ୍ଟ ଓ ସୁସ୍ଥକର ।ଏହା ବ୍ୟତୀତ ଏହାର ପ୍ରଣାଳୀ ଖୁବ ସହଜ। ଏହାକୁ ଆପଣ ଘରେ ସହଜରେ ପ୍ରସ୍ତୁତ କରିପାରିବେ।

ଜାଣନ୍ତୁ ଏଥିପାଇଁ ଦରକାର ହେଉଥିବା ସାମଗ୍ରୀ –

କାବୁଲି ଚଣା ୧କପ୍(ରାତିରେ ବତୁରା ହୋଇଥିବା), ୨ଟି ବଡ ଚାମଚ୍ କୋର୍ନଫ୍ଲୋର୍, ମଇଦା ୨ ବଡ ଚାମଚ୍, ଗରମ ମସଲା ୧ଟା ଛୋଟଚାମଚ, ଲଙ୍କା ପାଉଡର ଛୋଟଚାମଚ, ଲୁଣ ସ୍ୱାଦ ଅନୁଯାୟୀ, ତେଲ ଛାଣିବାପାଇଁ ।

ମସଲା ପାଇଁ ଏହି  ସାମଗ୍ରୀ -ପିଆଜ ୧ଟା, ଶିମଲା ଲଙ୍କା ୧ଟା,ଧନିଆ ପତ୍ର କଟା, ଅଦା ଛୋଟ ଖଣ୍ଡ, ୧୦ରୁ ୧୨ ରସୁଣ ଖଣ୍ଡ, ଲଙ୍କା ୩ରୁ ୪ଟି, ଛୋଟ ଚାମଚ ସୋୟା ସସ୍, ୨ଟି ଛୋଟ ଚାମଚଟମାଟୋ ସସ୍, ଚିନି ଟିକେ, ଲୁଣ ସ୍ୱାଦ ଅନୁଯାୟୀ, ପାଣି ଦରକାର ଅନୁଯାୟୀ।

ଜାଣନ୍ତୁ ଏହାର ପ୍ରଣାଳୀ –

  • ଗୋଟିଏ ବଡ ପାତ୍ରରେ ଚଣା, କୋର୍ନଫ୍ଲୋର୍, ମଇଦା, ଗରମ ମସଲା, ଲଙ୍କା ପାଉଡର୍, ଲୁଣ ଦେଇ ଭଲକରିମିଶାଇ ଦିଅନ୍ତୁ ।
  • ଚଣା ମିଶ୍ରଣକୁ ଅଧଘଂଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ, ଯାହାଦ୍ୱାରା ଏହାଭଲଭାବେ ପ୍ରସ୍ତୁତ ହୋଇଯିବ ।
  • କିଛି ସମୟ ପରେ ଚଣାକୁ ଫ୍ରିଜରରୁ କାଢନ୍ତୁ ଓ ହାଲକା ଆଞ୍ଚରେକଡେଇକୁ ଗରମ କରନ୍ତୁ ।
  • କଡେଇରେ ତେଲକୁ ଗରମ କରି ପିଆଜି, ଅଦା, ରସୁଣ ଆଦି ପକାଇକଷନ୍ତୁ ।
  • ପିଆଜ ଟିକେ ଭାଜି ହେବାପରେ ଶିମଲା ଲଙ୍କା ପକାଇ ଗୋଟିଏ ମିନିଟ୍ ପର୍ୟ୍ୟନ୍ତ କଷନ୍ତୁ ।
  • ଶିମଲା ଲଙ୍କା ଟିକେ ହେବା ପରେ ସୋୟା ସସ୍, ଚିଲ୍ଲୀ ସସ୍, ଟମାଟୋ ସସ୍, ଚିନି ଓ ଲୁଣ ଦେଇଭଲଭାବେ ମିଶାଇ ଦିଅନ୍ତୁ ।
  • ଅଧ କପ୍ ପାଣି ଦେଇ ୨ମିନିଟ୍ ପର୍ୟ୍ୟନ୍ତ ଫୁଟାନ୍ତୁ ।
  • କିଛି ସମୟ ପରେ ଚଣା, ଭିନେଗାର ଓ ଧନିଆ ପତ୍ର ଦେଇ ଗୋଳାଇ ଦିଅନ୍ତୁ । ତାପରେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚଣା ଚିଲ୍ଲୀ ।

ଆସନ୍ତୁ ଜାଣିବା, ଚଣା ଚିଲ୍ଲୀ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ବନ୍ଧରେ chana chili

ପଢନ୍ତୁ ;

ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ : ଅଭିନେତ୍ରୀ ଜୀନତ ଅମାନ୍‌

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଏଗ ଫ୍ରାଏଡ ରାଇସ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା !

ENO Beuro

ଘରେ କିପରି ପ୍ରସ୍ତୁତ କରନ୍ତୁ ପନିର ବଟର ମସଲା !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More