Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘ଚାଉଳ ପକୁଡ଼ି’

ଆବଶ୍ୟକ ସାମଗ୍ରୀ

ଭାତ ଦୁଇ କପ୍‌, ବେସନ, ଲଙ୍କା ଗୁଣ୍ଡ, ସିମ୍‌ଲା ଲଙ୍କା ପାଉଡର୍‌, ଲୁଣ, କଞ୍ଚା ଲଙ୍କା, ଅଦା, ଆମଚୁର୍‌ ପାଉଡର୍‌, ଧନିଆ ପାଉଡର୍‌, ଧନିଆ ପତ୍ର,ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

ଭାତରେ ଲୁଣ, କଞ୍ଚାଲଙ୍କା, ଅଦା, ଆମଚୁର ପାଉଡର, ସିମ୍‌ଲା ଲଙ୍କା ପାଉଡର ଏବଂ ଧନିଆ ପତ୍ରକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଛୋଟ ଛୋଟ ଗୁଳା କାଢ଼ି ତାକୁ ଗୋଲାକାର କରିବା ପରେ ଚେପ୍‌ଟା କରି ଦିଅନ୍ତୁ।

 

ବର୍ତ୍ତମାନ ଏକ ପାତ୍ରରେ ବେସନ କାଢ଼ି ଦିଅନ୍ତୁ। ବେସନରେ ଲୁଣ, ନାଲି ଲଙ୍କାଗୁଣ୍ଡ ଏବଂ ଧନିଆ ପାଉଡର ପକାନ୍ତୁ। ଏବେ ଏଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚାମଚରେ ଭଲଭାବେ ୬ରୁ ୭ମିନିଟ୍‌ ଯାଏ ଭଲଭାବେ ଫେଣ୍ଟନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲାପରେ ଗୁଳାକୁ ପୂର୍ବରୁ ପ୍ରସ୍ତୁତ ବେସନରେ ପକାଇ ଛାଣନ୍ତୁ। ଏହା ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ତାକୁ ଏପଟ ସେପଟ କରନ୍ତୁ। ଏହି ଚାଉଳ ପକୁଡ଼ି ସବୁ ଛାଣିବା ପରେ ଧନିଆ ଚଟଣୀ, ଚିଲି ଏବଂ ଟମାଟୋ ସସ୍‌ ସହ ଏହାକୁ ପରଷନ୍ତୁ।

ପଢନ୍ତୁ; ନିର୍ବାଚନ ମଇଦାନକୁ ଓହ୍ଲାଇବେ ବଲିଉଡ ଅଭିନେତ୍ରୀ କରୀନା

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ENO Beuro

ଖରାଦିନେ ଶରୀରକୁ ଶକ୍ତି ଦେଇଥାଏ “ଷ୍ଟ୍ରବେରୀ ଲସି”, ଆଜି ହିଁ ପ୍ରସ୍ତୁତ କରି ପିଅନ୍ତୁ!

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

Ratnamani Moharana

Leave a Comment