Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ମଲାଇ ଟିକ୍କା’

ଆବଶ୍ୟ ସାମଗ୍ରୀ

ବୋନ୍‌ଲେସ୍‌ ଚିକେନ୍‌, ଗ୍ରେଟେଡ୍‌ ପନୀର, କ୍ରୀମ୍‌ କିମ୍ବା ମଲାଇ, ଦହି, ବିରିଆନୀ ମସଲା, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ୍‌, ଲଙ୍କା ପେଷ୍ଟ୍‌, ଲେମ୍ବୁ ରସ, କାଜୁ ପେଷ୍ଟ୍‌, ଧନିଆ ଗୁଣ୍ଡ, ଚାଟ୍‌ ମସଲା, ମହୁ, କଳା ଲୁଣ ଏବଂ  ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଦିଅନ୍ତୁ । ସେଥିରେ ଅଦା ରସୁଣ ପେଷ୍ଟ, ଲଙ୍କା ପେଷ୍ଟ ଓ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହାକୁ  କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ।

ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ କାଜୁ ପେଷ୍ଟ, ଗ୍ରେଟେଡ୍‌ ପନୀର, କ୍ରୀମ୍‌ କିମ୍ବା ମଲାଇ ଓ ଦହି ମିଶାନ୍ତୁ। ଏବେ ଏଥିରେ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍‌ ମସଲା ପକାଇ ଆହୁରି ଗୋଳାନ୍ତୁ। ଏବେ ସେଥିରେ ମହୁ, ବିଟ ଲୁଣ ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଗୋଳାନ୍ତୁ।

 

ବର୍ତ୍ତମାନ ଏହାକୁ  ମ୍ୟାରିନେଟ୍‌ କରିବା ଲାଗି ଅଧଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ଏବେ ଚିକେନ୍‌କୁ ଗ୍ରୀଲ୍‌ରେ ରଖନ୍ତୁ ଓ ଓଭାନକୁ ୨୪୦ ଡିଗ୍ରୀରେ ପ୍ରିହିଟ୍‌ କରି ୧୫ ମିନିଟ୍‌ ଯାଏ ଚିକେନ୍‌କୁ ସିଝାନ୍ତୁ। ୧୫ ମିନିଟ୍‌ ପରେ ପୁଣିଥରେ ଚିକେନ୍‌ରେ ତେଲ ଲଗାଇ ଆଉ ୧୦ ମିନିଟ୍‌ ଯାଏ ଗୋଲ୍ଡେନ୍‌ ରଙ୍ଗ ହେବା ପର୍ଯ୍ୟନ୍ତ ତନ୍ଦୁର କରନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ‘ଚିକେନ୍‌ ମଲାଇ ଟିକ୍କା’। ଏବେ ଏହାକୁ ପିଆଜ, ଲେମ୍ବୁ ଓ ଚଟଣୀ ସହ ଗରମ ଗରମ  ଖାଆନ୍ତୁ।

ପଢନ୍ତୁ;  ପଦ୍ମ ଧରିଲେ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ

Related posts

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ମସଲା

ENO Beuro

ଆଜି ହିଁ ଘରେ ତିଆରି କରନ୍ତୁ ‘ମଟନ୍‌ ହାଲିମ୍’

ENO Beuro

Leave a Comment