Recipes & Food

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ତେଲ, ଟମାଟୋ, ଅଦା, ହଳଦୀ, ଲୁଣ, କଞ୍ଚା ଲଙ୍କା, ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ

ଚିଙ୍ଗୁଡ଼ିକୁ ପରିଷ୍କାର କରି ଧୋଇ ସାରିଲା ପରେ  ସେଥିରେ ପିଆଜ, କଞ୍ଚା ଲଙ୍କା, ରସୁଣ ମିସାଇ ବାଟି ଦିଅନ୍ତୁ। ଏହି ବାଟଣରେ ଲୁଣ, ହଳଦୀ ଗୁଣ୍ଡ ମିଶାଇ ଛୋଟ ଛୋଟ କୋପ୍ତା କରି ତେଲରେ ଛାଣି ନିଅନ୍ତୁ। ଆଉ କିଛି ପିଆଜ, ଅଦା, ଲଙ୍କା, ଜିରାକୁ ବାଟି ନିଅନ୍ତୁ। ତା’ପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ।

ତେଲ ଗରମ ହୋଇଗଲା ପରେ ପିଆଜ ଓ ଅଦା ବଟାକୁ ପକାନ୍ତୁ। ମସଲା ଅଳ୍ପ କଷି ହୋଇଯିବା ପରେ କଟା ଟମାଟୋ, ଲୁଣ ଓ ହଳଦୀ ପକାନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ଝୋଳ ପାଇଁ ଆବଶ୍ୟକ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ କୋପ୍ତା ଓ ଗରମ ମସଲା ପକାଇ ତରକାରି ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି କୋପ୍ତା।

ପଢନ୍ତୁ; କଳମ୍ବ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ?

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

Ratnamani Moharana

ଆସନ୍ତୁ ତିଆରି କରିବା “ବାଦାମ ଆଇସକ୍ରିମ”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

Ratnamani Moharana

Leave a Comment