Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌

kalara

ଆବଶ୍ୟକ ସାମଗ୍ରୀ

କଲରା, ବଡ ପିଆଜ, ବେସନ- ୧ କପ୍‌, ହଳଦି, ଲଙ୍କା, ଲୁଣ, ଜିରା, ଧନିଆ, ଗୋଟେ ଚାମଚ ପିଆଜ, ଅଦା, ରସୁଣ ପେଷ୍ଟ, ଏବଂ ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଲରା ଏବଂ ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ସେଥିରେ ଆବଶ୍ୟକ ମୁତାବକ ବେସନ ପକାନ୍ତୁ। ଏହାପରେ ସ୍ୱାଦ ଅନୁସାରେ ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାନ୍ତୁ। ଅଳ୍ପ ଅଳ୍ପ ପାଣି ଦେଇ ସମସ୍ତ ସାମଗ୍ରୀକୁ ଗୋଳାଇ ମୋଟା ଆଣ ଭଳି ତିଆରି
କରି ଦିଅନ୍ତୁ।

ଏବେ ଗ୍ୟାସ ଲଗାଇ ଏକ ପ୍ୟାନ ବସାଇ ଗରମ କରନ୍ତୁ। ପ୍ୟାନ ଗରମ ହେଲା ପରେ ସେଥିରେ ସୋରିଷ ତେଲ ୩ ରୁ ୪ ଚାମଚ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ କଲରା ଆଣକୁ ଛୋଟ ଛୋଟ ଗୁଳା କରି ଥାପି ଦିଅନ୍ତୁ। ଗ୍ୟାସକୁ ସିମ୍‌ କରି ପ୍ୟାନ୍‌କୁ ଘୋଡାଇ ଦିଅନ୍ତୁ। ୧୦-୧୫ ମିନିଟ ଭିତରେ ତାହା ଶିଝିଯିବ।

ଏହାପରେ ତାହାକୁ ଓଲଟାଇ ଦିଅନ୍ତୁ। ୨ ପାର୍ଶ୍ୱ ଗୋଲଡେନ ବ୍ରାଉନ ହେବା ପରେ ଏହାକୁ ବାହାର କରି ଦିଅନ୍ତୁ। ଏହାପରେ ଗରମାଗରମ ପରସନ୍ତୁ ସ୍ଵାଦିଷ୍ଟ କଲରା କଟ୍‌ଲେଟ୍‌।

ପଢନ୍ତୁ; ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ:୫ ମୃତ, ୪୦ରୁ ଅଧିକ ଆହତ

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଶୁଖା ଚିକେନ”

Ratnamani Moharana

ଭାପା ଚିଙ୍ଗୁଡ଼ି ଖାଇଛନ୍ତି କି? ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ବନାନା ଲସି !

ENO Beuro

Leave a Comment