Recipes & Food

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ କାଶ୍ମୀରି ଚିକେନ୍‌ ପଲଉ

ଆବଶ୍ୟକ ସାମଗ୍ରୀ

ଚାଉଳ, ଚିକେନ୍, ଜିରା, ଡାଲଚିନି, ଗୁଜୁରାତି, ଗୋଲମରିଚ ଗୁଣ୍ଡ, କଟା ଆଦା-ରସୁଣ, କିସ୍‌ମିସ୍, କଟା ପିଆଜ, କଟା କଞ୍ଚା ଲଙ୍କା, ଧଣିଆ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ,ଦହି ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳକୁ  କିଛି ସମୟ  ପାଣିରେ ବତୁରାଇ ଦିଅନ୍ତୁ। ଚିକେନକୁ ଭଲ ଭାବେ ପରିଷ୍କାର କରି ଧୋଇଦିଅନ୍ତୁ। ବର୍ତ୍ତମାନ ଗୋଟିଏ କପ୍‌ ଦହିରେ ଲୁଣ, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ, ଧଣିଆ ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।

chiken

ଏବେ ଏକ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅଗରମ ହୋଇଗଲେ ଏଥିରେ ଡାଲଚିନି, ଗୁଜୁରାତି, କଟା ପିଆଜ, ରସୁଣ ଓ ଲବଙ୍ଗ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହୋଇଗଲା ପରେ ସେଥିରେ କଟା ଅଦା ଓ କଟା କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଦହିର ଘୋଳକୁ ପକାଇ ଦୁଇ ମିନଟ ଯାଏଁ ଫୁଟାନ୍ତୁ।

ପରେ ଏଥିରେ ଚିକେନ ପକାନ୍ତୁ। ଏବେ ଏଥିରେ ଅଳ୍ପ ଲୁଣ ପକାଇ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଚିକେନ୍‌ ଅଳ୍ପ ସିଝିଗଲା ପରେ ଏଥିରେ ଚାଉଳ ପକାଇ ଚୁଲିର ଆଞ୍ଚ କମ୍‌ କରି ଘୋଡ଼ାଇ ଦିଅନ୍ତୁ। ଚାଉଳ ସିଝିଗଲେ ଚୁଲି ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଶ୍ମିରୀ ଚିକେନ ପଲଉ।

ପଢନ୍ତୁ; ଜେଲରେ ଅସୁସ୍ଥ ହେଲେ ନୱାଜ ସରିଫ

Related posts

ଘରେ ପ୍ରସ୍ତୁତ କରନ୍ତୁ ଗରମ ଗରମ ପନିର ମଞ୍ଚୁରିଆନ୍! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

Ratnamani Moharana

ଖାଇବା ବେଳେ ସାବଧାନ ହୁଅନ୍ତୁ :ଆପଣ ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ

ENO Beuro

Leave a Comment