Recipes & Food

ଲଚ୍ଛା ପରଟାର ସ୍ଵାଦ ନିଆରା! ଆସନ୍ତୁ ଜାଣିବା କେମିତି ତିଆରି କରିବା ଲଚ୍ଛା ପରଟା

ଆବଶ୍ୟକ ସାମଗ୍ରୀ

ସୁଜି,ମଇଦା, ଖାଇବା ସୋଢ଼ା, ଦହି, ତେଲ/ଘିଅ, ଲୁଣ, ଚିନି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମଇଦା,ସୁଜି, ଲୁଣ, ଖାଇବା ସୋଢ଼ାକୁ ଏକାଠି ଭଲଭାବେ ମିଶାଇଦିଅନ୍ତୁ। ତା’ପରେ ସେଥିରେ ଅଳ୍ପ ଚିନି ଦେଇ ପୁଣିଥରେ ଭଲଭାବେ ମିଶାନ୍ତୁ। ବର୍ତ୍ତମାନ ଏଥିରେ ଦହି ଓ ପାଣି ଦେଇ ଭଲଭାବେ ନରମ ହେଲା ଯାଏଁ ଚକଟନ୍ତୁ। ଚକଟିସାରିବା ପରେ ଏହାକୁ ଏକ ପାତ୍ରରେ ଅଧଘଣ୍ଟା ଯାଏଁ ଘୋଡ଼ାଇ ରଖନ୍ତୁ।

ତା’ପରେ ଛୋଟ ଚୋଟ ଗୋଲା କରି ରଖନ୍ତୁ। ଗୋଟେ ଗୋଲାକୁ ଅଳ୍ପ ବେଲି ତାକୁ ମଝିରୁ ଏକ ଛୁରୀ ସାହାଯ୍ୟରେ କାଟି କୋନ୍‌ ପରି କରନ୍ତୁ। ପରେ ଏହାକୁ ଉପରୁ ଦାବି ଆଉଥରେ ବେଲନ୍ତୁ। ଏପରି ସବୁ ଗୋଲାଗୁଡ଼ିକୁ ବେଲି ରଖନ୍ତୁ। ପରେ ଗୋଟେ ତାୱାରେ ଘିଅ କିମ୍ବା ଗରମ କରି ଗୋଟିଏ ଗୋଟିଏ କରି ହାଲକା ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଲଚ୍ଛା ପରଟା।

ପଢନ୍ତୁ; ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ପନିର୍‌ ପଲାଉ’

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

Ratnamani Moharana

ଆସନ୍ତୁ ତିଆରି କରିବା “ବାଦାମ ଆଇସକ୍ରିମ”

Ratnamani Moharana

1 comment

Leave a Comment