ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମଲାଇ ଚିଙ୍ଗୁଡ଼ି

malai

ଆବଶ୍ୟକୀୟ ସାମଗ୍ରୀ

ବଡ଼ ଚିଙ୍ଗୁଡ଼ି,, ବଟା ପିଆଜ, ଅଦା ବଟା, ରସୁଣ ବଟା, ଲଙ୍କାଗୁଣ୍ଡ, ନଡ଼ିଆ ରସ, ହଳଦୀଗୁଣ୍ଡ, ଲୁଣ, ତେଲ, ତେଜପତ୍ର, ଛୋଟ ଅଳେଇଚ, ଲବଙ୍ଗ, ଡାଲଚିନି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ନିଅନ୍ତୁ ତା ପରେ ଏଥିରେ  ଲୁଣ, ହଳଦୀ ଗୋଳାଇ ରଖନ୍ତୁ।  ଏହାପରେ କଢେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ତେଜପତ୍ର, ଅଳେଇଚ, ଲବଙ୍ଗ, ଡାଲଚିନି, ହଳଦୀଗୁଣ୍ଡ, ବଟା ପିଆଜ, ଅଦା ବଟା, ରସୁଣ ବଟା ପକାନ୍ତୁ।

malai

ପିଆଜର ରଙ୍ଗ ବାଦାମୀ ହୋଇ ଆସିଲେ ଲୁଣ ଏମଂ ଲଙ୍କାଗୁଣ୍ଡ ପକାନ୍ତୁ। ସଙ୍ଗେ ସଙ୍ଗେ ଲୁଣ ହଳଦୀ ଗୋଳା ଚିଙ୍ଗୁଡ଼ି ମାଛ ଗୁଡ଼ିକୁ ପକାନ୍ତୁ ଏବଂ ମସଲା ସହିତ ଘାଣ୍ଟି ମିଶାଇ ଦିଅନ୍ତୁ।

ଏବେ ନଡ଼ିଆ ରସକୁ ଢାଳି ଦିଅନ୍ତୁ ଏବଂ ଅଳ୍ପ ଆଞ୍ଚରେ କିଛି ସମୟ ବସାଇ ଓହ୍ଲାଇ ଆଣନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ମଲାଇ ଚିଙ୍ଗୁଡ଼ି। ଏହାକୁ ଗରମ ଗରମ ପରଷନ୍ତୁ।

ପଢନ୍ତୁ; ପୁଣିଥରେ ଏହି ଫିଲ୍ମରେ ଏକାଠି ନଜର ଆସିବେ ସବ୍ୟସଚି ଏବଂ ଏଲିନା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More