Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ମସଲା

ଆବଶ୍ୟକ ସାମଗ୍ରୀ

ବାଇଗଣ,ହଳଦୀ ଗୁଣ୍ଡ ,ଲୁଣ,ଟମାଟୋ ପ୍ୟୁରି ,କଟା ପିଆଜ ଦୁଇଟି,ଅଦା ଓ ରସୁଣ ,ଗରମ ମସଲା ଅଧା ଚାମଚ ,ଚିକେନ ମସଲା ଗୋଟିଏ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବାଇଗଣକୁ ଚାରି ଖଣ୍ଡ କରି କାଟନ୍ତୁ। ସେଥିରେ ଲୁଣ ଓ ହଳଦି ମିଶାନ୍ତୁ। ଏହା ପରେ କଡେଇରେ ତେଲ ଗରମ କରି ସେଗୁଡ଼ିକୁ ଅଳ୍ପ ଜାଳ ଦେଇ ଛାଣି ଦିଅନ୍ତୁ। ଏହା ପରେ ଅଦା ରସୁଣକୁ ଛୋଟ ଛୋଟ କରି କାଟି ତେଲ ଗରମ କରି ସେଥିରେ ପକାଇ ଦିଅନ୍ତୁ। ସେଥିରେ ହଳଦି ପକାଇ ସେଥିରେ ଲଙ୍କା ଗୁଣ୍ଡ ,ମସଲା ଗୁଣ୍ଡ ପକାନ୍ତୁ ।

ଭଲ ଭାବ ଭାଜନ୍ତୁ। ଭାଜି ହେବା ପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ । ଭଲ ଭାବେ ଭାଜିବା ପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାନ୍ତୁ । ଗରମ ମସଲା ପକାଇ ପାଞ୍ଚ ମିନିଟ ଭାଜନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଛଣା ହୋଇଥିବା ବାଇଗଣକୁ ସେଥିରେ ପକାଇ ଗୋଳେଇ ଦିଅନ୍ତୁ ।

ଭଲ ଭାବେ ଗୋଳାଇବା ଦ୍ୱାରା ମସଲାଟି ବାଇଗଣ ସହ ମିଶିବ । ସେଥିରେ କିଛି ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଆପଣଙ୍କ ବାଇଗଣ ମସଲା ଏବେ ରେଡ୍ଡି ହୋଇଗଲା । ଏବେ ଏକ ପାତ୍ରରେ ଏହାକୁ ବାହାର କରି ଘରେ ସମସ୍ତଙ୍କୁ ପରଷନ୍ତୁ।

ପଢନ୍ତୁ; ନିଜର ଉଚ୍ଚତା ବଢେଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସହଜ ଯୋଗାସନ

Related posts

ଗରମଦିନେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ ଲସି !

ENO Beuro

ଆସନ୍ତୁ ତିଆରି କରିବା “ସିମେଇ ବିରିଆନୀ”

Ratnamani Moharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ମେଥି ଚିଙ୍ଗୁଡ଼ି’, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment