Recipes & Food

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

By Krishna Kumar Manoj

September 03, 2018

ଆବଶ୍ୟକ ସାମଗ୍ରୀ

୫୦୦ ଗ୍ରା . ଡେରାଡୁନ ବାସୁମତୀ ଚାଉଳ, ୨ ବିଡା ମେଥି ଶାଗ, ଅଧା କପ୍ ମକା ଦାନା, ୨ ଟି ବଡ ପିଆଜ, ୨/୩ଟି ଗୁଜୁରାତି, ୫/୬ଟି ଲବଙ୍ଗ, ୧ ଖଣ୍ଡ ଡାଲଚିନି, ୨ ଟି ତେଜପତ୍ର, ୭/୮ଟି ଗୋଟା ଗୋଲମରିଚ, ୧ ଛୋଟ ଚାମଚ ଗରମମସାଲା ଗୁଣ୍ଡ, ୨/୩ଟି କଟା କଞ୍ଚାଲଙ୍କା, ୨ ବଡ ଚାମଚ ଦେଶୀ ଘିଅ ଓ ଆବଶ୍ୟକ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ଚାଉଳକୁ ଧୋଇ ପାଣିରେ ଭିଜାଇ ଦିଅନ୍ତୁ। ଶାଗକୁ ବାଛି ପତ୍ର ଅଲଗା କରି ଧୋଇ କାଟି ରଖନ୍ତୁ। ପିଆଜକୁ ଲମ୍ବାଲାମ୍ବା କାଟି ରଖନ୍ତୁ। ଡେକ୍ଚିରେ ଘିଅ ଗରମ କରି ଉପରେ ଦିଆଯାଇଥିବା ସମସ୍ତ ଗରମମସାଲା , ତେଜପତ୍ର , କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଆସିଲେ ଚାଉଳକୁ ପକାନ୍ତୁ। ମକା ଦାନା କିମ୍ବା ମକାରୁ ଦାନା କାଢି ଚାଉଳରେ ପକାଇ ଭଲ ଭାବରେ ଗୋଳାନ୍ତୁ । ଏବେ ମେଥିପତ୍ର ପକାଇ ଗୋଳାଇ ଚାଉଳରେ ୨ ଗୁଣା ପାଣି , ଗରମମସାଲା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଢାଙ୍କୁଣୀ ଘୋଡାଇ ଧିମା ଆଞ୍ଚରେ ଭାତ ହେବା ଯାଏ ରାନ୍ଧନ୍ତୁ। ଚୁଲିରୁ ଓହ୍ଲାଇ ଭଲଭାବରେ ଗୋଳାଇ ପରିବେଷଣ କରନ୍ତୁ ମେଥି କର୍ନ ପଲଉ

ପଢନ୍ତୁ;ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌