Recipes & Food

ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

methi paneer

ଆବଶ୍ୟକ ସାମଗ୍ରୀ

ପନୀର, ମେଥି ଶାଗ, ଗରମ ମସଲା,ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି, ହେଙ୍ଗୁ, ଘିଅ, ଅଦା-ରସୁଣ-ପିଆଜ ବଟା, ଲଙ୍କା ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମେଥି ଶାଗକୁ ବାଛନ୍ତୁ ,ତାପରେ ଭଲଭାବେ ଧୋଇଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କାଟନ୍ତୁ। ପନୀରକୁ ମଧ୍ୟ ଚାରିକୋଣିଆ ଆକାର ଦେଇ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ।

ଏବେ ଏକ କଡ଼େଇରେ ଘିଅ ଗରମ କରି ସେଥିରେ ପନୀରକୁ ଫ୍ରାୟ କରନ୍ତୁ । ପନୀର୍‌ ଖଣ୍ଡସବୁ ଗୋଲ୍ଡେନ୍‌ ରଙ୍ଗ ହେବା ପରେ କାଢ଼ି ଦିଅନ୍ତୁ।

ଏବେ ପୁଣି କଡ଼େଇରେ ଘିଅ ଗରମ କରି ସେଥିରେ ଜିରା, ଗୁଜୁରାତି ଏବଂ ହେଙ୍ଗୁ ପକାନ୍ତୁ।  ଏସବୁ  ଫୁଟିଗଲା ପରେ ଏଥିରେ ପିଆଜ ଏବଂ ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ଦହି ମିଶାନ୍ତୁ। କିଛି ସମୟ ଏହା କଷି ହେବା ପରେ ଏଥିରେ ପନୀର ଏବଂ ମେଥି ଶାଗ ପକାଇ ଗୋଳାନ୍ତୁ।

ଏବେ ଏଥିରେ ଅଳ୍ପ ପାଣି ଦେଇ ପାଖାପାଖି ୧୫ ମିନିଟ୍‌ ଯାଏ ସିମ କରି ଫୁଟାନ୍ତୁ। ଫୁଟିଗଲା ପରେ ଏଥିରେ ଗରମ ମସଲା ପକାନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମେଥି ପନୀର’। ଏହାକୁ ଗରମ ଗରମ ରୁଟି, ନାନ୍ କିମ୍ବା ପରଟା ସହ ଖାଆନ୍ତୁ ଏବଂ ଅନ୍ୟକୁ ଖୁଆନ୍ତୁ।

ପଢନ୍ତୁ;  ଓଲଟିଲା ୧୦୨, ମୃତ ସନ୍ତାନ ଜନ୍ମ କଲେ ପ୍ରସୂତି

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା

Ratnamani Moharana

ଖାଇବା ବେଳେ ସାବଧାନ ହୁଅନ୍ତୁ :ଆପଣ ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ

ENO Beuro

Leave a Comment