Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ମେଥି ଚିଙ୍ଗୁଡ଼ି’, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡ଼ି, ଦହି, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ,ଧଳା ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, ଟମାଟୋ ପ୍ୟୁରି, ମେଥି ଶାଗ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ମ୍ୟାରିନେଟ୍‌ କରିବା ଲାଗି ଅଧଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଚିଙ୍ଗୁଡ଼ିଗୁଡ଼ିକୁ ତେଲ ଗରମ କରି ଭଲଭାବେ ଭାଜି ଦିଅନ୍ତୁ।

 

ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଅଦା-ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ ଯାଏ ଭାଜନ୍ତୁ। ଏବେ କଟା ପିଆଜ ସହ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାଇ ଏହାକୁ ଆହୁରି ଭଲ ଭାବେ ଭାଜନ୍ତୁ। ଏହା ପରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍‌ ଯାଏ ଗୋଳାନ୍ତୁ।

ଏବେ କଟା ହୋଇଥିବା ମେଥି ଶାଗ ମିଶାନ୍ତୁ ଏବଂ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ କଷନ୍ତୁ। ଶାଗ ନରମ ହୋଇଗଲେ ଓ ଚିଙ୍ଗୁଡ଼ି କଷି ହୋଇଗଲେ, ଏଥିରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ପରେ ଘୋଡ଼ଣୀ ଦେଇ ଏହା ସିଝିବାକୁ ଛାଡ଼ିଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମେଥି ଚିଙ୍ଗୁଡ଼ି’। ଏହାକୁ ଭାତ କିମ୍ବା ରୁଟି ସହ ଗରମ ଗରମ ଖାଆନ୍ତୁ।

ପଢନ୍ତୁ; ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

ENO Beuro

ଘରେ କିପରି ପ୍ରସ୍ତୁତ କରିବେ ଆପେଲ ଟି ଜାଣନ୍ତୁ ?

ENO Beuro

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

ENO Beuro

Leave a Comment