Recipes & Food

ଆଜି ହିଁ ଘରେ ତିଆରି କରନ୍ତୁ ‘ମଟନ୍‌ ହାଲିମ୍’

mutton-haleem

ଆବଶ୍ୟକ ସାମଗ୍ରୀ

ମଟନ୍‌, ବୁଟ ଏବଂ ମୁଗ ଡାଲି, ଗହମ, ଘିଅ, ଲବଙ୍ଗ,ଜାୟତ୍ରୀ, ଗୁଜୁରାତି, ଅଦା ଓ ରସୁଣ ବଟା, ପିଆଜ, ତେଜପତ୍ର, କେଶର, ବଟା କଞ୍ଚାଲଙ୍କା, ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବୁଟ,ମୁଗ ଡାଲି ଏବଂ ଗହମକୁ କିଛି ସମୟ ପାଇଁ ବତୁରେଇ ଦିଅନ୍ତୁ। ଏହା ବତୁରିଯିବା ପରେ କଡ଼େଇରେ  ତେଲ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ। ତା ପରେ ଏଥିରେ ଅଦା ଓ ରସୁଣ ବଟାକୁ ପକାଇ ମସଲାକୁ କଷନ୍ତୁ। ମସଲାର ରଙ୍ଗ ହାଲ୍‌କା ଲାଲ୍‌ ହେବା ଯାଏ ଏହାକୁ କଷନ୍ତୁ।

mutton-haleem

ଏବେ ମଟନ୍‌ ସହ କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍‌ ଅଧା ସିଝିବା ଯାଏ ଏହାକୁ କଷନ୍ତୁ । ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ। ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍‌କୁ କଷନ୍ତୁ। ମଟନ୍‌ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟନ୍‌ ହାଲିମ୍।

ପଢନ୍ତୁ;ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

Related posts

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ “ସ୍ପାଇସି ଫିସ୍‌ ଏଗ୍‌”

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment