Recipes & Food

ଘରେ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ ବରା’,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ପାଳଙ୍ଗ ଶାଗ, ଅଟା, ବେସନ,ଗୋଲମରିଚ ଗୁଣ୍ଡ, ସୁଜି, ଅଦା,ବେକିଂ ସୋଡ଼ା, ଧନିଆ ପତ୍ର, ଲେମ୍ବୁ ରସ, ଫ୍ରେଶ୍ କ୍ରିମ୍‌, ରସୁଣ, କଞ୍ଚା ଲଙ୍କା, ଜିରା, ହଳଦୀ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପାଳଙ୍ଗ ଶାଗକୁ ବାଛି ଦିଅନ୍ତୁ ତାପରେ ଏହାକୁ ଛୋଟୋ ଛୋଟୋ କରି କାଟିଦିଅନ୍ତୁ। ଏବେ ଅଦା ଓ ରସୁଣକୁ ଛେଛି ରଖନ୍ତୁ। ଏକ ବଡ଼ ପାତ୍ରରେ କଟା ପାଳଙ୍ଗ ଶାଗ ସହ ଆବଶ୍ୟକ ପରିମାଣର ଅଟା, ବେସନ, ସୁଜି, ଅଦା-ରସୁଣ ଛେଚା, କଟା କଞ୍ଚା ଲଙ୍କା, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ବେକିଂ ସୋଡ଼ା, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, ଫ୍ରେଶ୍ କ୍ରିମ୍‌ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

bara

ଭଲଭାବେ ଗୋଳେଇବା ପରେ ଏହାକୁ ଚୋଟ ଛୋଟ ବରା ଆକୃତି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ପରେ ବରା ପକାଇ ଛାଣନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗ ହୋଇଗଲେ, ଏଗୁଡ଼ିକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ।

ଆପଣ ଯଦି ତେଲରେ ଛାଡ଼ି ଖାଇବାକୁ ଚାହୁଁନାହାନ୍ତି, ତେବେ ଏହାକୁ ଷ୍ଟିମ୍‌ କରି ମଧ୍ୟ ଖାଇ ପାରିବେ। ଷ୍ଟିମ୍‌ ଦେବା ପାଇଁ ୨୦ ମିନିଟ ପର୍ଯ୍ୟନ୍ତ ବରା ଗୁଡ଼ିକୁ ଷ୍ଟିମର୍‌ରେ ରଖନ୍ତୁ।

୧୫ ମିନିଟ୍‌ ପରେ ସିଝିଗଲେ ଏଗୁଡ଼ିକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ‘ପାଳଙ୍ଗ ବରା’।

ପଢନ୍ତୁ; ପାରଦ ୫ ଡିଗ୍ରୀକୁ ଖସିଲା, କେନ୍ଦୁଝରରେ ତୁଷାରପାତ

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More