Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପନିର୍‌ ଫିଙ୍ଗର୍‌ସ

p

ଆବଶ୍ୟକ ସାମଗ୍ରୀ

ପନିର୍‌, ବଟା ଅଦା, ବଟା ରସୁଣ,ଲଙ୍କା ଗୁଣ୍ଡ, ଗରମ ମସଲା, ଜୁଆଣୀ, ଲୁଣ ଏବଂ ଗୋଲମରିଚ ଗୁଣ୍ଡ, ବ୍ରେଡ୍‌ ଗୁଣ୍ଡ,ଲେମ୍ବୁ, ମଇଦା, ବେସନ ଏବଂ ତେଲ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ପନିର୍‌କୁ ଫିଙ୍ଗର ଶେପ୍‌ରେ କାଟି ଦିଅନ୍ତୁ। ତାପରେ ଏହାକୁ ବଟା ଅଦା-ରସୁଣରେ ଅଳ୍ପ ଲେମ୍ବୁ ଚିପୁଡ଼ି ଗୋଳାନ୍ତୁ। ୧୦ ମିନିଟ୍‌ ଯାଏ ଏହାକୁ ମାରିନେଟ୍‌ କରି ଫ୍ରିଜ୍‌ରେ ରଖନ୍ତୁ। ଆଉ ଏକ ପାତ୍ରରେ ମଇଦା, ରୋଷ୍ଟେଡ୍‌ ବେସନ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଲୁଣ ମିଶାନ୍ତୁ।

ଏଥିରେ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳା ତିଆରି କରନ୍ତୁ। ଏହି ଘୋଳରେ ପନିର୍‌ ଫିଙ୍ଗର୍‌ସବୁ ବୁଡ଼ାନ୍ତୁ। ଏହାପରେ ସେଥିରେ ବ୍ରେଡ୍‌ ଗୁଣ୍ଡ ଏପଟ ସେପଟ କରନ୍ତୁ।

ପରେ ପନିର୍‌କୁ ଗରମ ତେଲରେ ପକାନ୍ତୁ। ଏହାକୁ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଛାଣଦିଅନ୍ତୁ। କଡ଼େଇରୁ ପନିର୍‌ ଫିଙ୍ଗରସ୍‌ ବାହାର କରି ଟିସୁ ପେପରରେ ରଖନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏହାକୁ ମିଠା ଚଟଣି ସହିତ ଗରମ ଗରମ ପରଷନ୍ତୁ ଏବଂ ଖାଆନ୍ତୁ।

ପଢନ୍ତୁ; ଓଡିଶା ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

Related posts

ଘରେ କିପରି ରାନ୍ଧିବେ ସ୍ୱାଦିଷ୍ଟ ଆଳୁ ମୁଗଲାଇ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

ENO Beuro

ମୂଳା ଦହିବରା କିପରି ତିଆରି କରିବେ ଆସନ୍ତୁ ଜାଣିବା

ENO Beuro

Leave a Comment