Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌

ଆବଶ୍ୟକୀୟ ସାମଗ୍ରୀ

 

ବାସୁମତୀ ଚାଉଳ, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା,ଚିଙ୍ଗୁଡ଼ି ମାଛ, କଞ୍ଚା ମଟର, କଞ୍ଚାଲଙ୍କା, ତେଲ କିମ୍ବା ଘିଅ, ହଳଦୀଗୁଣ୍ଡ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ

 

ପ୍ରଥମେ ଚାଉଳକୁ ଧୋଇ ପାଣି ବସେଇ ଗୋଟା ଗୋଟା ଭାତ ରାନ୍ଧି ନିଅନ୍ତୁ। ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲଭାବରେ ଧୋଇ ନିଅନ୍ତୁ ଏବଂ ଲୁଣ ହଳଦୀ ଗୋଳାଇ ଦିଅନ୍ତୁ। ପିଆଜ, ରସୁଣ, ଅଦା, କଞ୍ଚଲଙ୍କାକୁ ଗ୍ରାଇଣ୍ଡରରେ ବାଟି ନିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ ଓ ସେଥିରେ ବଟା ମସଲା ପକାଇ ଭାଜନ୍ତୁ।

rice ଚିଙ୍ଗୁଡ଼ି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌ fried rice

ମସଲା ହୋଇ ଆସିଲେ ଲୁଣ ହଳଦୀ ଗୋଳା ଚିଙ୍ଗୁଡ଼ିକୁ ସେଥିରେ ପକାନ୍ତୁ ଓ ଭାଜି ନିଅନ୍ତୁ। ଚିଙ୍ଗୁଡ଼ି ଭଜାକୁ ଓହ୍ଲାଇ ଆଣି ଅନ୍ୟ ଏକ କଡ଼େଇରେ ତେଲ ପକାଇ ସେଥିରେ ଆଳକୁ ଛୋଟ ଛୋଟ କାଟି ଛାଣି ନିଅନ୍ତୁ। ଫୁଲକୋବିକୁ ମଧ୍ୟ ସେଇଭଳି ତେଲରେ ଛାଣି ନିଅନ୍ତୁ। କିଛି କଟା ପିଆଜକୁ ମଧ୍ୟ ଛାଣି ନିଅନ୍ତୁ।

ଏବେ ଗରମ ତେଲ ବା ଘିଅରେ ପୂର୍ବ ରନ୍ଧା ଭାତକୁ ପକାଇ ଭାଜି ନିଅନ୍ତୁ। ଭାତ ଘିଅରେ ଭାଜି ହେବା ପରେ ମଟର, ଭଜା ଆଳୁ, କୋବି, ଚିଙ୍ଗୁଡ଼ି ଭଜା, ପିଆଜ ଭଜାକୁ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌। ଏହାକୁ ଗରମ ଗରମ ପରଷନ୍ତୁ।

ପଢନ୍ତୁ; ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

Related posts

ଘରେ ପ୍ରସ୍ତୁତ କରନ୍ତୁ ଲେମନ ଚିକେନ

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି ହୁଏ “ଖୁଆ ଚିକେନ୍‌”

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More