Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ରାବିଡ଼ି ମାଲପୁଆ

ଆବଶ୍ୟକ ସାମଗ୍ରୀ

ତେଲ, ମଇଦା, ଖୁଆ, କ୍ଷୀର, ଚିନି, କଟା ପେସ୍ତା ବାଦାମ, କଟା ଆଲମଣ୍ଡ, କେସର, ଗୁଜୁରାତି ଗୁଣ୍ଡ, ଚିନି ଓ ପାନମଧୁରୀ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ରାବିଡ଼ି ତିଆରି କରିବା ପାଇଁ ଏକ  ପାତ୍ରରେ କ୍ଷୀର ଗରମ କରନ୍ତୁ। ଏହାକୁ ହାଲକା ଆଞ୍ଚରେ ଫୁଟାନ୍ତୁ। ପରେ ସେଥିରେ ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ଏବଂ କଟା ଆଲମଣ୍ଡ ପକାଇ ଭଲ ଭାବେ ଗୋଳାଇ ଫୁଟାନ୍ତୁ। କ୍ଷୀର ମରି ରାବିଡ଼ି ହୋଇଗଲେ ଏହାକୁ ଏକ ପାତ୍ରରେ ବାହାର କରି ଫ୍ରିଜ୍‌ରେ ଥଣ୍ଡା ହେବା ପାଇଁ ଘଣ୍ଟାଏ ରଖି ଦିଅନ୍ତୁ। ପ୍ରଥମେ ଏକ ପାତ୍ରରେ ମଇଦା, ଖୁଆ, ଚିନି ଓ ପାନମଧୁରୀକୁ ମିଶାନ୍ତୁ। ଏଥିରେ ପାଣି ଦେଇ ନରମ କରି ଚକଟି ଦିଅନ୍ତୁ।

 

ପରେ ଏହି ମିଶ୍ରଣରୁ ଛୋଟ ଛୋଟ ଗୁଳା କରି ରୁଟି ବେଲିଲା ପରି ବେଲି ଦିଅନ୍ତୁ। ଏବେ ଏକ କଡ଼େଇରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ମାଲପୁଆଗୁଡ଼ିକୁ ପକାଇ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପ୍ଲେଟ୍‌କୁ ରଖନ୍ତୁ। ଶିରା ପ୍ରସ୍ତୁତ କରିବା ପାଇଁ ଚିନିରେ ଅଳ୍ପ ପାଣି ମିଶାନ୍ତୁ। ଏବେ ଏଥିରେ ଅଳ୍ପ କେସର ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏହାକୁ ଭଲଭାବେ ଫୁଟାନ୍ତୁ। ବର୍ତ୍ତମାନ ଏହି ଶିରାରେ ମାଲପୁଆଗୁଡ଼ିକୁ ପକାନ୍ତୁ। ମାଲପୁଆ ନରମ ହୋଇଗଲେ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ। ଏବେ ଏହା ଉପରେ ରାବିଡ଼ି ଢାଳନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରାବିଡ଼ି ମାଲପୁଆ।

ପଢନ୍ତୁ; ସେନାରେ ସମଲିଙ୍ଗୀ ସମ୍ପର୍କକୁ ନା: ସେନା ଅଧ୍ୟକ୍ଷ

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ଭେଜ୍‌ ପନିୟାରମ୍‌

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଚିକେନ୍‌ କୁର୍‌ମା ପଲାଉ

ENO Beuro

ଆଜି ହିଁ ବନାନ୍ତୁ ପଣସକଠା ତରକାରୀ

Ratnamani Moharana

Leave a Comment