Recipes & Food

ଘରେ ପ୍ରସ୍ତୁତ କରନ୍ତୁ ରେଶମି ପନିର! ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Reshmi_Paneer

ଆବଶ୍ୟକ ସାମଗ୍ରୀ

ପନିର- ୩୦୦ ଗ୍ରାମ ,ପିଆଜ – ୧ଟି ,ଟମାଟୋ- ୧ଟି,ଶିମଳା ଲଙ୍କା – ୧ଟି ,ଅଦା ରସୁଣ ପେଷ୍ଟ  – ୧ ଚାମଚ୍  ଜିରା – ୧ ଚାମଚ୍ , ପାଣି ୧/୨ କପ୍ ,ଧନିଆ ପାଉଡର – ୧ ଚାମଚ୍ ,ହଳଦୀ ଗୁଣ୍ଡ -୧/୪ ଚାମଚ୍ ଲଙ୍କାଗୁଣ୍ଡ – ୧ ଚାମଚ୍, କ୍ରିମ୍ – ୧/୨ କପ୍ , ଧନିଆପତ୍ର – ୧/୨ କପ୍ ,ଗରମ ମସଲା ୧ ଚାମଚ୍ , ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପିଆଜ , ଟମାଟୋ ଓ ଶିମଳା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ । ତା ପରେ କଢେଇରେ  ତେଲ ଗରମ କରି ଜିରା ପକାନ୍ତୁ । ଜିରା ଫୁଟିବା ପରେ ପିଆଜ ପକାନ୍ତୁ । ପରେ ଏଥିରେ କଟା ହୋଇଥିବା ଟମାଟୋ  ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏବେ ଅଦା ରସୁଣ  ପେଷ୍ଟ, ଧନିଆ ପାଉଡର , ହଳଦୀଗୁଣ୍ଡ  ପକାଇ ସିମ କରି  ଫୁଟାନ୍ତୁ  ।

Reshmi_Paneer

ପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡାଇ ଦିଅନ୍ତୁ ।  ୧୦ ମିନିଟ୍ ପରେ ଗ୍ୟାସ୍ କୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ମିଶାନ୍ତୁ  । ଏବେ ପ୍ରସ୍ତୁତ  ହୋଇଗଲା ସ୍ୱାଦିଷ୍ଟ ରେଶମି ପନିର । ଏହାକୁ ଗରମ ଗରମ ପରସନ୍ତୁ।

ପଢନ୍ତୁ; ପୁଣି କମିଲା ବସ୍ ଭଡା

Related posts

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଜିଟେବଲ କଟଲେଟ୍‌

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଗାଜର ସୁପ୍‌! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ରାଜ୍‌ମା ପଲାଉ

ENO Beuro

Leave a Comment