Recipes & Food

ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ରୋହି ମାଛ, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ, ଲୁଣ, ସୋରିଷ ତେଲ, ହେଙ୍ଗୁ, ପଞ୍ଚ ଫୁଟଣ, ଭୃସଙ୍ଗ ପତ୍ର, କଞ୍ଚା ଲଙ୍କା, ଅଦା ଓ ରସୁଣ ବଟା, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ତେନ୍ତୁଳି ମଣ୍ଡ, ଗୁଡ ଓ ନଡ଼ିଆ ରସ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ରୋହି ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଏବଂ ହଳଦୀ ଗୋଳେଇ ରଖନ୍ତୁ। ତାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପୂର୍ବରୁ ହଳଦୀ ଲୁଣ ଗୋଳା ହୋଇ ରଖିଥିବା ରୋହି ମାଛକୁ ପକାଇ ହାଲକା ଭାବେ ଭାଜନ୍ତୁ। ଭାଜି ହୋଇସାରିବା ପରେ ମାଛକୁ କାଢ଼ି ଆଣନ୍ତୁ।

ଏହାପରେ ଅନ୍ୟ ଏକ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ହେଙ୍ଗୁ, ପଞ୍ଚ ଫୁଟଣ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ର ଓ କଟା ପିକାଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ସମୟ ଭାଜି ହେବା ପରେ ସେଥିରେ ଅଦା ଓ ରସୁଣ ବଟା ସହିତ ଅଳ୍ପ ଲୁଣ ପକାଇ ଭାଜନ୍ତୁ। ଏହାପରେ ଜୀରା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡର ଏକ ମିଶ୍ରଣ ପ୍ରସ୍ତୁତ କରି ସେଥିରେ ପକାନ୍ତୁ।

ଏହାପରେ ତେନ୍ତୁଳି ମଣ୍ଡ ଓ ଗୁଡ଼କୁ ସେଥିରେ ପକାଇ ଢାଙ୍କୁଣୀ ଦେଇ କିଛି ସମୟ ଫୁଟିବାକୁ ଦିଅନ୍ତୁ। କିଛି ସମୟ ପୁଟିବା ପରେ ଢାଙ୍କୁଣୀ କାଢି ସେଥିରେ ଭଜା ହୋଇ ରଖିଥିବା ମାଛକୁ ପକାନ୍ତୁ। ଶେଷରେ ନଡ଼ିଆ ରସ ପକାଇ ଅଳ୍ପ କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ  ରୋହି ମାଛ ଆମ୍ୱିଳ।

ପଢନ୍ତୁ; ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ଅଟେ। ଜାଣନ୍ତୁ ଏହାର କାରଣ କ’ଣ ?

Related posts

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More